ଓଡିଶା

odisha

ଶିକ୍ଷକଙ୍କ ଦରମା ହଡ଼ପ ଘଟଣା, ଭିଜିଲାନ୍ସର ତଦନ୍ତ ଜାରି

By

Published : Oct 12, 2022, 1:48 PM IST

କଳାହାଣ୍ଡି ଜିଲ୍ଲାରେ ଶିକ୍ଷକଙ୍କ ଦରମାରେ ଜାଲିଆତି ଘଟଣା । ଯଥାଶୀଘ୍ର ତଦନ୍ତ କରି ଦରମା ଦେବାକୁ ଶିକ୍ଷକ ସଂଘ ଦାବି କରିଛି । ଅଧିକ ପଢ଼ନ୍ତୁ

teachers salary forgery in kalahandi investigation by vigilance
ଶିକ୍ଷକଙ୍କ ଦରମା ହଡ଼ପ ଘଟଣା, ଭିଜିଲାନ୍ସର ତଦନ୍ତ ଜାରି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକର ୧୭୧ଜଣ ଶିକ୍ଷକଙ୍କ ଦରମାରେ ଜାଲିଆତି ଘଟଣା । ବିଇଓଙ୍କ କାର୍ଯ୍ୟାଳୟର ମହିଳା ଆକାଉଣ୍ଟାଣ୍ଟଙ୍କ କେଳେଙ୍କାରୀ ଅଭିଯୋଗ ନେଇ କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଦରମାକୁ ଶିକ୍ଷକଙ୍କ ଆକାଉଣ୍ଟକୁ ପଠାନଯାଇ ଦରମା ପ୍ରଦାନ କରିବା ଦାୟିତ୍ବରେ ଥିବା ମହିଳା ଆକାଉଣ୍ଟାଣ୍ଟ ଏହାକୁ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଶିକ୍ଷକଙ୍କ ଦରମା ହଡ଼ପ ଘଟଣା

ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ ବିଇଓଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ କାଗଜପତ୍ର ଯାଞ୍ଚ କରିଥିବା ବେଳେ ଆକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆର ନିଜ କାର୍ଯ୍ୟାଳୟରେ ଥିବା ଆଲମାରିରେ ତାଲା ମାରି ଫେରାର ମାରିଥିବାରୁ ତଦନ୍ତ ବାଧାପ୍ରାପ୍ତ ହୋଇଛି । ସେପଟେ ସୁଚିସ୍ମିତାଙ୍କ ବିରୁଦ୍ଧରେ ବିଇଓ ଥାନାରେ ଲିଖିତ ଅଭିଯୋଗ କରିଥିବା ୨୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସୁଚିସ୍ମିତାଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ ।

ତେବେ କିଭଳି ସୁଚିସ୍ମିତା ଶିକ୍ଷକଙ୍କ ଦରମା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କଲେ ତାହା ଏବେ ତଦନ୍ତ ସାପେକ୍ଷ । ତୁରନ୍ତ ଦରମା ପ୍ରଦାନ ଦାବିରେ ବ୍ଲକର ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ ବିଇଓଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି । ଏନେଇ ଏକ୍ସ କ୍ୟାଡର ଶିକ୍ଷକ କହିଛନ୍ତି," ଅଭିଯୋଗ ହୋଇଥିଲେ ମଧ୍ୟ ଜାଲିଆତିରେ ସମ୍ପୃକ୍ତ ଥିବା ମହିଳାଙ୍କୁ ଧରିବାରେ ପୋଲିସ ସଫଳ ହୋଇନାହିଁ । ତଦନ୍ତରେ ବିଳମ୍ବ ହେଉଥିବାରୁ ଅନେକ ସନ୍ଦେହ ସୃଷ୍ଟି ହେଉଛି ।" ଯଥାଶୀଘ୍ର ଦରମା ପ୍ରଦାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଶିକ୍ଷକ ସଂଘ ।

ଏହା ମଧ୍ୟ ପଢ଼ନ୍ତୁ:କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ, ମହିଳା ଆକାଉଣ୍ଟାଣ୍ଟଙ୍କ ବିରୋଧରେ ଅଭିଯୋଗ

ଦିନକୁ ଦିନ ଗୋଟିଏ ପରେ ଗୋଟିଏ ତଥ୍ୟ ସମ୍ନାକୁ ଆସୁଥିବା ବେଳେ ଏବେ ପୁଣି ଆକ୍ସିସ ବ୍ୟାଙ୍କକୁ ନେଇ ଆସିଛି ଚାଞ୍ଚଲ୍ୟ କର ତଥ୍ୟ ଆସିଛି । ୧୭୧ ଜଣ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ମଧ୍ୟରୁ ୯ ଜଣ ଶିକ୍ଷକଙ୍କ ଦରମା ଟଙ୍କା ଅକ୍ଟୋବର ୧ ତାରିଖ ଦିନ ଆକ୍ସିସ ବ୍ୟାଙ୍କରୁ ଏକ ଚେକ ଯୋଗେ ଉଠାଣ ହୋଇଥିବା ଦେଖିବାକୁ ମିଳିଛି । ୩ ଲକ୍ଷ ୧ହଜାର ୨୨୪ ଟଙ୍କା ଚେକ ମାଧ୍ୟମରେ ଉଠାଣ ହୋଇଥିବା ବେଳେ ତଦନ୍ତ କଲେ ଆହୁରି ତଥ୍ୟ ସାମ୍ନାକୁ ଆସିବ ବୋଲି ଶିକ୍ଷକ ସଂଘ ଦାବି କରିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details