ଓଡିଶା

odisha

କଳାହାଣ୍ଡିରେ ପଲ୍ଳିଶ୍ରୀ ମେଳା

By

Published : Jan 18, 2020, 10:18 PM IST

କଳାହାଣ୍ଡିରେ ଆୟୋଜିତ ପଲ୍ଲିଶ୍ରୀ ମେଳାର ଶନିବାର ଶେଷ ଦିନ । ପାରମ୍ପରିକ ହସ୍ତଶିଳ୍ପ ଗୁଡିକୁ ଲୋକପ୍ରିୟ କରାଇବା ସହ ଶିଳ୍ପୀ ମାନଙ୍କୁ ପ୍ରୋତ୍ସାହନ ଦେବାର ଏକ ମାଧ୍ୟମ ସାଜିଛି ଏହି ପଲ୍ଳିଶ୍ରୀ ମେଳା । ଅଧିକ ଖବର ପଢନ୍ତୁ...

palishree mela
ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଭବାନୀପାଟଣା: ପାରମ୍ପରିକ ହସ୍ତ ଶିଳ୍ପକୁ ବଞ୍ଚାଇ ରଖିବାର ଏକ ଅଭିନବ ଉଦ୍ୟମ ପଲ୍ଳିଶ୍ରୀ ମେଳା । ଓର୍‍ମାସ୍‍ ପକ୍ଷରୁ କଳାହାଣ୍ଡିରେ ଆୟୋଜିତ ପଲ୍ଲିଶ୍ରୀ ମେଳାର ଶନିବାର ଶେଷ ଦିନ । ଧୀରେ ଧୀରେ ଆଧୁନିକତାର ଚାକଚକ୍ୟରେ ଲୁପ୍ତ ପାଉଥିବା ପାରମ୍ପରିକ ହସ୍ତଶିଳ୍ପ ଗୁଡିକୁ ଲୋକପ୍ରିୟ କରାଇବା ସହ ଶିଳ୍ପୀ ମାନଙ୍କୁ ପ୍ରୋତ୍ସାହନ ଦେବାର ଏକ ମାଧ୍ୟମ ସାଜିଛି ପଲ୍ଳିଶ୍ରୀ ମେଳା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଜାନୁଆରୀ ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ମେଳାରେ ଦର୍ଶକ ଏବଂ ଗ୍ରାହକଙ୍କର ଭିଡ ଜମିଥିଲା । ସୁବର୍ଣ୍ଣପୁର ଜିଲ୍ଲାରୁ ଆସିଥିବା ବାଉଁଶ ହସ୍ତ ଶିଳ୍ପ ଗ୍ରାହକଙ୍କୁ ବେଶ ଆକୃଷ୍ଟ କରିଥିବା ବେଳେ କଂସା ପିତ୍ତଳରେ ନିର୍ମିତ ସୁନ୍ଦର ସୁନ୍ଦର ଜିନିଷ ସେମାନଙ୍କ ମନ ମୋହି ନେଇଥିଲା ।

କେଉଁ ଷ୍ଟଲରେ ମାଟି ତିଆରି ବିଭିନ୍ନ ପ୍ରକାର ଘରସଜା ସାମଗ୍ରୀ ମିଳୁଛି ତ ଆଉ କେଉଁ ଷ୍ଟଲରେ ବିକ୍ରୀ ହେଉଛି କାଠ ତିଆରି ଭିନ୍ନ ଭିନ୍ନ ପ୍ରକାରର ଜିନିଷ । କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୦ର ଏକ ମୁଖ୍ୟ ଆକର୍ଷଣ ପାଲଟିଥିଲା ଏହି ପଲ୍ଲିଶ୍ରୀ ମେଳା ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details