ଭବାନୀପାଟଣା: ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଜଣେ ମଣିଷ ଯେ ନିଜର ବୁଦ୍ଧି ବିବେକ ହରାଇ ରାକ୍ଷସ ପାଲଟିଯାଇପାରେ, ତାର ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅର୍କାବାହାଲି ପଡ଼ାରେ । ରିକ୍ସା ପାର୍କିଂକୁ ନେଇ ଜଣେ ରିକ୍ସା ଚାଳକ ଅନ୍ୟ ଜଣେ ରିକ୍ସା ଚାଳକର ଜୀବନ ନେବାକୁ ପଛାଇନାହିଁ ।
ଅର୍କାବାହାଲି ପଡ଼ା ଛକରେ ଥିବା ରିକ୍ସା ଷ୍ଟାଣ୍ଡରେ ରିକ୍ସା ପାର୍କିଂକୁ ନେଇ ପୂର୍ଣ୍ଣ ମେହେର ଓ ପିଲୁ ବାଗଙ୍କ ମଧ୍ୟରେ ବହୁ ଦିନରୁ ଅନେକବାର ପାଟିତୁଣ୍ଡ ହେଉଥିଲା । ଏହାକୁ କେନ୍ଦ୍ର କରି ସୋମବାର ପୂର୍ଣ୍ଣ ମେହେର ପିଲୁ ବାଗର ଗଳା କାଟି ହତ୍ୟା କରିଥିବା ସୂଚନା ମିଳିଛି ।