ଭବାନୀପାଟଣା: ସମାଜରେ ଭାଇ ଭଉଣୀର ସମ୍ପର୍କକୁ ସବୁଠୁ ବିଶ୍ୱାସନୀୟ ଓ ଆତ୍ମୀୟ ସମ୍ପର୍କ ଭାବରେ ତୁଳନା କରାଯାଏ । ଭାଇ ହାତରେ ସୁରକ୍ଷାର କବଚ ବାନ୍ଧେ ଭଉଣୀ । ଆଉ ଏହି ସମ୍ପର୍କ ବଦଳରେ ଭାଇ ଠାରୁ ଭଉଣୀ ନିଜ ସୁରକ୍ଷା ମାଗିଥାଏ । ଯେଉଁଠି ଭଉଣୀକୁ ଭାଇ ଗର୍ଭବତୀ କରାଉଛି ସେଇଠି ଏହି ଭାବାବେଗର କୌଣସି ମହତ୍ତ୍ୱ ନାହିଁ । ଏଭଳି ଏକ ଲଜ୍ଜାନକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କଲମପୁର ଥାନା ଅଞ୍ଚଳର ଜଣେ ୧୫ ବର୍ଷୀୟ ନାବାଳିକାକୁ ୭ ମାସର ଗର୍ଭବତୀ କରାଇଛି ନାବାଳିକାର ସମ୍ପର୍କୀୟ ଭାଇ ।
ଡଙ୍ଗରୀ ଗୁଡା ଗାଁର ଅଶ୍ୱିନ ମାଝୀ ନିଜ ସମ୍ପର୍କୀୟ ମାଉସୀର ୧୫ ବର୍ଷୀୟ ନାବାଳିକାକୁ ଡରାଇ ଦୀର୍ଘ ୨ ମାସ ଧରି ଶାରୀରିକ ସମ୍ପର୍କ ରଖିବା ସହ ଏହି କଥା ପରିବାର ଲୋକଙ୍କୁ ଜଣାଇଲେ ଜୀବନରୁ ମାରି ଦେବାକୁ ଧମକ ଦେଇ ଆସୁଥିଲା । ତେବେ ଆଭିଯୋଗ ଅନୁଯାୟୀ,‘‘ ଅଶ୍ୱିନ ମାଝୀ ପ୍ରଥମେ ନାବାଳିକାକୁ ବିବାହର ପ୍ରଲୋଭନ ଦେଇଥିଲା । ନାବାଳିକା ଜଣକ ମନା କରିବା ପରେ ଜୋର ଜବରଦସ୍ତ ବାରମ୍ବାର ନାବାଳିକାକୁ ଦୁଷ୍କର୍ମ କରିଥିଲା । ଘରେ କହିଲେ ତାକୁ ଓ ତାର ପରିବାରକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ପରେ ନାବାଳିକା ଜଣକ ୭ ମାସର ଗର୍ଭବତୀ ହେବା ପରେ ପରିବାର ସବୁକଥା ଜଣିଥିଲେ ।