ଓଡିଶା

odisha

ଗ୍ୟାସ ଗୋଦାମରେ ଅଘଟଣ, 11 କେଭି ବିଦ୍ୟୁତ ତାର ଲାଗି ଶ୍ରମିକ ଗୁରୁତର

By

Published : Jun 9, 2020, 5:11 PM IST

କୋରାଇ ଥାନା ଅନ୍ତର୍ଗତ ସନ୍ତରା ଅଞ୍ଚଳରେ ଥିବା ଗ୍ୟାସ୍ ଗୋଦାମରେ ଅଘଟଣ । 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଦାମର ଜଣେ ଶ୍ରମିକ ଗୁରୁତର । ଅଧିକ ପଢନ୍ତୁ...

Workers are in critical condition after coming in contact with 11 kV power lines
ଗ୍ୟାସ ଗୋଦାମରେ ଅଘଟଣ, 11 କେଭି ବିଦ୍ୟୁତ ତାର ଲାଗି ଶ୍ରମିକ ଗୁରୁତର

ଯାଜପୁର: ଜିଲ୍ଲାର କୋରାଇ ଥାନା ଅନ୍ତର୍ଗତ ସନ୍ତରା ଅଞ୍ଚଳରେ ଥିବା ଗ୍ୟାସ୍ ଗୋଦାମରେ ଅଘଟଣ । 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଦାମର ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକ ଜଣକ ଯାଜପୁର ରୋଡ ଥାନା ଧବଳଗିରି ଅଞ୍ଚଳର କୁନା ବୋଲି ଜଣାପଡିଛି ।

ଗ୍ୟାସ ଗୋଦାମରେ ଅଘଟଣ, 11 କେଭି ବିଦ୍ୟୁତ ତାର ଲାଗି ଶ୍ରମିକ ଗୁରୁତର

ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଯାଜପୁର ରୋଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ସେପଟେ କୋରାଇ ପୋଲିସ ଦ୍ବାରା ଘଟଣାର ତଦନ୍ତ ଜାରି ରହିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details