ଯାଜପୁର: ବିଚ୍ ରାସ୍ତାରେ ମହିଳାଙ୍କୁ ମାଡ ସହ ଗୋଇଠା ମରା ଅଭିଯୋଗ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ମହିଳାଙ୍କୁ ମାଡ ମାରିଥିବା ବ୍ୟକ୍ତି ଜଣକ ସମ୍ପର୍କରେ ମହିଳାଙ୍କ ଦେଢଶୁର ହେବେ ବୋଲି ସୂଚନା ମିଳିଛି । ଯାଜପୁର ଦସରଥପୁର ବ୍ଲକ ମଙ୍ଗଳପୁର ଥାନା ଅନ୍ତର୍ଗତ ନିଜାମପୁର ପଞ୍ଚାୟତ ନୂଆପାଟଣା ଗ୍ରାମରେ ଏଭଳି ଅମାନୁଷିକ ଘଟଣା ଘଟିଛି ।
ଭିଡିଓରେ ଥିବା ମହିଳ ଜଣକ ସଂଯୁକ୍ତା ବାରିକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ରବିବାର ସଂନ୍ଧ୍ୟା ସମୟରେ ନିଜ ପୁଅ ପ୍ରଦୀପ କଥାକୁ ନେଇ ସଂଯୁକ୍ତା ଏବଂ ଦେଢଶୁର ଚକ୍ରଧର ବାରିକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।