ଓଡିଶା

odisha

ନଦୀ ପଠାରୁ ପ୍ରାଚୀନ ମୂର୍ତ୍ତି, କୀର୍ତ୍ତିରାଜି ଉଦ୍ଧାର

By

Published : Dec 20, 2021, 7:20 PM IST

ଯାଜପୁର କୁଞ୍ଜ ବିହାରୀ ନିକଟରୁ ପୁରାତନ ମୂର୍ତ୍ତି ଓ ମନ୍ଦିରର ଭଗ୍ନାଂଶ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

ନଦୀ ପଠାରୁ ପ୍ରାଚୀନ ମୂର୍ତ୍ତି, କୀର୍ତ୍ତିରାଜି ଉଦ୍ଧାର
ନଦୀ ପଠାରୁ ପ୍ରାଚୀନ ମୂର୍ତ୍ତି, କୀର୍ତ୍ତିରାଜି ଉଦ୍ଧାର

ଯାଜପୁର:ଯାଜପୁର ବ୍ଲକ କୁଞ୍ଜ ବିହାରୀ ପୁର ନିକଟରୁ ବୈତରଣୀ ନଦୀ ଗର୍ଭରୁ ଉଦ୍ଧାର ହୋଇଛି ପ୍ରାଚୀନ ମୂର୍ତ୍ତି ଓ କୀର୍ତ୍ତିରାଜି । ନଦୀ ଗର୍ଭରୁ ବାଲି ଖନନ ସମୟରେ ପୁରାତନ ଦେବାଦେବୀଙ୍କ ମୂର୍ତ୍ତି ଉଦ୍ଧାର ହୋଇଛି । ଯାହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି ।

ନଦୀ ପଠାରୁ ପ୍ରାଚୀନ ମୂର୍ତ୍ତି, କୀର୍ତ୍ତିରାଜି ଉଦ୍ଧାର

4 ରୁ 5 ଫୁଟ ଉଚ୍ଚତାର ଏକ ବୁଦ୍ଧ ମୂର୍ତ୍ତି ଉଦ୍ଧାର ହୋଇଥିବାବେଳେ ଓ ଅନ୍ୟ ଏକ ହନୁମାନ ମନ୍ଦିରର ଭଗ୍ନାଂଶ ମଧ୍ୟ ଉଦ୍ଧାର ହୋଇଛି । ଏଥି ସହିତ ବାଲି ତଳେ କୌଣସି ମନ୍ଦିରର ଭଗ୍ନାଂଶ ରହିଥିବା ଅନୁମାନ କରାଯାଉଛି । ତେବେ ଏହାର ରକ୍ଷଣାବେକ୍ଷଣ କରିବା ସହିତ ଅଧିକ ଖନନ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details