ଜଗତସିଂହପୁର: ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ୟସ ପ୍ରଭାବରେ ଜଗତସିଂହପୁର, ପାରାଦ୍ୱୀପ କୁଜଙ୍ଗ ବାଲିକୁଦା ଓ ଏରସମା ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ପାରାଦ୍ବୀପରେ ସମୁଦ୍ର ଧିରେ ଧିରେ ଅଶାନ୍ତ ହେଉଥିବା ବେଳେ ପବନର ଗତି 40ରୁ 50 କିଲୋମିଟର ବେଗରେ ବହିବା ଆରମ୍ଭ ହେଲାଣି । ପାଣିପାଗ ବିଭାଗର ରିପୋର୍ଟକୁ ଆଧାର କରି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟା ୟସ ପାରାଦ୍ବୀପ ଠାରୁ 520 କିଲୋମିଟର ଦୂରରେ ରହିଛି । ତେବେ ଆଜି(ସୋମବାର) ଏହାର ପ୍ରଭାବ ଧିରେ ଧିରେ ପରିଲକ୍ଷିତ ହେବ ।
ଆଜି ସନ୍ଧ୍ୟା ଠାରୁ ବର୍ଷାର ପ୍ରକୋପ ବଢିବା ସହ ଆସନ୍ତାକାଲି ଓ 26 ତାରିଖରେ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହ ପ୍ରବଳ 150 ରୁ 175 କିଲୋମିଟର ବେଗରେ ପବନ ବହିବ ।