ଓଡିଶା

odisha

ଜଗତସିଂହପୁରରେ ଲଘୁଚାପ ଜନିତ ବର୍ଷା ଜାରି

By

Published : Oct 13, 2020, 8:39 PM IST

ମଙ୍ଗଳବାର ଦିନ ତମାମ ଜଗତସିଂହପୁରରେ ପ୍ରବଳ ବର୍ଷା ଲାଗିରହିଛି । ଫଳରେ ଜିଲ୍ଲାର ଅନେକ ତଳିଆ ଅଞ୍ଚଳରେ ପାଣି ପଶିରହିଛି । ଅଧିକ ପଢନ୍ତୁ...

ଜଗତସିଂହପୁରରେ ଲଘୁଚାପ ଜନିତ ବର୍ଷା ଜାରି
ଜଗତସିଂହପୁରରେ ଲଘୁଚାପ ଜନିତ ବର୍ଷା ଜାରି

ଜଗତସିଂହପୁର: ଜିଲ୍ଲାରେ ମଙ୍ଗଳବାର ଦିନ ତମାମ ଲଗାଣ ବର୍ଷା ଲାଗିରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି ।

ଜଗତସିଂହପୁରରେ ଲଘୁଚାପ ଜନିତ ବର୍ଷା ଜାରି

ସେହିପରି ପାରାଦ୍ବୀପ ସହରରେ ମଧ୍ୟ ପ୍ରବଳ ବର୍ଷା ହେବା ସହ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି ।


ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details