ଓଡିଶା

odisha

ଖାଲି ଅଗଷ୍ଟ ୧୫ କି ଜାନୁଆରୀ ୨୬ ନୁହେଁ, ଏଇଠି ସବୁଦିନ ଉତ୍ତୋଳନ ହୁଏ ପତାକା

By ETV Bharat Odisha Team

Published : Aug 24, 2023, 5:03 PM IST

ଗତ ପାଞ୍ଚ ବର୍ଷ ଧରି ବ୍ରହ୍ମପୁର ସହରର କୋର୍ଟପେଟା ଜଗନ୍ନାଥ ମନ୍ଦିର ସମ୍ମୁଖରେ ନିୟମିତ ଭାବେ ଜାତୀୟ ପତାକା ଉତ୍ତୋଳନ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

flag hosting in front of jagannath temple
flag hosting in front of jagannath temple

flag hosting in front of jagannath temple

ବ୍ରହ୍ମପୁର:ନିୟମିତ ଭାବେ ଜାତୀୟ ପତାକା ଉତ୍ତୋଳନ କରୁଛନ୍ତି ସ୍ଥାନୀୟ ବାସିନ୍ଦା । ଦିନେ କି ଦୁଇ ଦିନ ନୁହେଁ । ବରଂ ଗତ ପାଞ୍ଚ ବର୍ଷ ଧରି ବ୍ରହ୍ମପୁର ସହରର କୋର୍ଟପେଟା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏପରି ପତାକା ଉତ୍ତୋଳନ କରି ଆସୁଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ମୁଖ୍ୟତଃ ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ସମେତ ଜାତୀୟ ଦିବସ ଏବଂ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସର୍ବସାଧାରଣରେ ଜାତୀୟ ପତକା ଉତ୍ତୋଳନ କରି ଦେଶ ଓ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦିଆଯାଇଥାଏ। ହେଲେ ବ୍ରହ୍ମପୁର ସହରରେ ନିୟମିତ ଭାବେ ଏପରି ଏକ ନିଆରା ପ୍ରୟାସର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗଞ୍ଜାମ ଜିଲ୍ଲାର ଭାଜପା ସଭାପତି ବିଭୂତି ଭୂଷଣ ଜେନାଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଏବଂ ଅବସରପ୍ରାପ୍ତ ସେନାର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରାଯିବା ସହ ଏପରି କାର୍ଯ୍ୟକୁ ନେଇ ପ୍ରଶଂସା କରିଥିଲେ।

ଏହା ମଧ୍ୟ ପଢନ୍ତୁ- Republic Day Celebration: ତ୍ରିରଙ୍ଗା ଉତ୍ତୋଳନର ଭିନ୍ନ କିଛି ଦୃଶ୍ୟ, କେଉଁଠି ହାତୀ ତ କେଉଁଠି କ୍ରେନ

ସୂଚନା ମୁତାବକ, ବ୍ରହ୍ମପୁର ସହରର ସ୍ଥାନୀୟ କୋର୍ଟପେଟା ଛକ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପ୍ରତ୍ୟେକ ଦିନ ଜାତୀୟ ପତକା ଉତ୍ତୋଳନ କରିବା ପାଇଁ ୨୦୧୮ ମସିହା ସ୍ଵାଧୀନତା ଦିବସରୁ ଏହାକୁ ଆରମ୍ଭ କରିବାର ଥିଲା। କିନ୍ତୁ ଏହାର ପରଦିନ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତରେ ରାଷ୍ଟ୍ରୀୟ ଶୋକ ପାଳନ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଆଉ ସେହି ଦିନ ଠାରୁ ଦୈନିକ ଜାତୀୟ ପତକା ଉତ୍ତୋଳନ କରାଯିବା ସହ ନିୟମିତ ଭାବରେ ଏଠାରେ ଜାତୀୟ ସଙ୍ଗୀତକୁ ସାଧାରଣ ଜନତା ଉପସ୍ଥିତ ରହି ଗାନ କରିଥାନ୍ତି । ମୁଖ୍ୟତଃ ସହରବାସୀଙ୍କ ମଧ୍ୟରେ ଜାତୀୟତା ଭାବ ସୃଷ୍ଟି କରିବା, ରାଷ୍ଟ୍ର ପ୍ରତି ରହିଥିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ଵ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ତେଣୁ ଏଥିରେ ବିଭିନ୍ନ ସମୟରେ ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥାନ୍ତି । ଏହି ଅବସରରେ ଆୟୋଜିତ ପଞ୍ଚମ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏପରି କାର୍ଯ୍ୟକ୍ରମର ଆରମ୍ଭ କରିଥିବା ନେଇ ବରିଷ୍ଠ ବିଜେପି ନେତା ରାମକୁମାର ପାତ୍ରଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details