ଗଜପତି:ସ୍ଥଳଭାଗ ମୁହାଁ ବାତ୍ୟା ଜୱାଦ (cyclone jawad)। ବାତ୍ୟା ପ୍ରଭାବରେ ଆଜି ରାତିରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ଏହାର ମୁକାବିଲା ପାଇଁ ସଜ ହେଲାଣି NDRF ଓ ଏଡ୍ରାଫ ଟିମ । ଗଜପତି ଜିଲ୍ଲାରେ ଗୋଟିଏ NDRAF ଏବଂ ୨ଟି ODRAF ଟିମ୍ ପହଞ୍ଚିଛନ୍ତି ।
୨୨ଜଣିଆ ଏନଡିଆରଏଫ ଟିମକୁ ଗୋଷାଣୀ ବ୍ଲକରେ ନିୟୋଜିତ କରାଯାଇଛି । ସେହିପରି ୩୭ ଜଣିଆ ଗୋଟିଏ ଓଡ୍ରାଫ ଟିମକୁ ଗଙ୍ଗାବାଡ, କଇପୁର ଏବଂ ଆର.ଉଦୟଗିରି ଠାରେ ନିୟୋଜିତ କରାଯାଇଥିଲା ବେଳେ ୨୯ଜଣିଆ ଅନ୍ୟ ଟିମକୁ ପାରଳାଖେମୁଣ୍ଡି ଏବଂ କାଶୀନଗର ଠାରେ ନିୟୋଜିତ କରାଯାଇଛି । ପାଣିପାଗର ବିଭାଗ ପୂର୍ବାନୁମାନ ଅନୁସାରେ ଆଜି ସକାଳ ଠାରୁ ଜିଲ୍ଲାରେ ପାଇଁ ମେଘୁଆ ରହିଥିବା ବେଳେ ଅପରାହ୍ନ ଠାରୁ ବର୍ଷା ହେବା ସମ୍ଭାବନା ରହିଛି । ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ଜରୁରୀକାଳୀନ ଅଧିକାରୀ ସରୋଜ ବେହେରା ।