ଢେଙ୍କାନାଳ: ଖାଲି ପଡିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପଦବୀ ପୁରଣ ଦାବିରେ ଜିଲ୍ଲାର ସୂଚନା ଅଧିକାର କର୍ମୀ ମାନେ ଅନଶନରେ ବସିଛନ୍ତି । ଜିଲ୍ଲାରେ ଦୀର୍ଘ ଦିନ ହେଲା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପଦବୀ ଖାଲି ପଡ଼ିଥିବାରୁ ଜିଲ୍ଲାବସୀ ମାନେ ପୋଲିସ ସେବା ପାଇ ପାରୁନାହାନ୍ତି । ତାହା ସହ ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତି ମଧ୍ୟ ଭୁଷୁଡିବାରେ ଲାଗିଲାଣି । ସ୍ଥାୟୀ ଆରକ୍ଷୀ ଅଧିକ୍ଷକ ନିଯୁକ୍ତି ପାଇଁ ବିଭିନ୍ନ ମହଲରୁ ବାରମ୍ବାର ଦାବି ହୋଇ ଅସୁଥୁଲେ ମଧ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନଥିବା ଅନଶନକାରୀ ମାନେ ଅଭିଯୋଗ କରିଛନ୍ତି ।
ଏସପି ପଦବି ପୂରଣ ଦାବିରେ ସୂଚନା ଅଧିକାର କର୍ମୀଙ୍କ ଅନଶନ
ଖାଲି ପଡିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପଦବୀ ପୂରଣ ଦାବିରେ ଜିଲ୍ଲାର ସୂଚନା ଅଧିକାର କର୍ମୀ ଖାଲି ପଡିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପଦବୀରେ ପୁରଣ ଦାବିରେ ଜିଲ୍ଲାର ସୂଚନା ଅଧିକାର କର୍ମୀଙ୍କ ଅନଶନ । ପଢନ୍ତୁ ଅଧିକ....
ଏସପି ପଦବି ପୁରଣ ଦାବିରେ ସୂଚନା ଅଧିକାର କର୍ମୀଙ୍କ ଅନଶନ
ଏହି ପ୍ରସଙ୍ଗ ନେଇ ଜିଲ୍ଲା ସୂଚନା ଅଧିକାର କର୍ମୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଆରମ୍ଭ କରିଛନ୍ତି । ତୁରନ୍ତ ନୂଆ ଏସପି ନିଯୁକ୍ତ କରିବା ଦିଗରେ ସରକାର ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ଏହି ଅନଶନକୁ ବ୍ୟାପକ ରୁପ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ସୂଚନା ଅଧିକାର କର୍ମୀ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ , ଇଟିଭି ଭାରତ