ଓଡିଶା

odisha

ଅଚଳ ଅବସ୍ଥାରେ ଚେକ ଡ୍ୟାମ, ଚାଷ ଜମିକୁ ଆସୁନି ଜଳ

By

Published : Aug 7, 2021, 10:40 PM IST

ଚାଷଜମିକୁ ଜଳ ଯୋଗାଇବା ଲକ୍ଷ୍ୟରେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କଲେ ଚେକ ଡ୍ୟାମ । ହେଲେ ତ୍ରୁଟିପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଯୋଗୁଁ ଚାଷଜମିକୁ ମିଳିଲାନି ମୁନ୍ଦାଏ ଜଳ । ଯାହାକୁ ନେଇ ଚାଷୀଙ୍କ ମହଲରେ ଦେଖାଦେଇଛି ଅସନ୍ତୋଷ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବସାଲଇ ଗ୍ରାମରେ । ଅଧିକ ପଢନ୍ତୁ...

ଅଚଳ ଅବସ୍ଥାରେ ଚେକ ଡ୍ୟାମ, ଚାଷ ଜମିକୁ ଆସୁନି ଜଳ
ଅଚଳ ଅବସ୍ଥାରେ ଚେକ ଡ୍ୟାମ, ଚାଷ ଜମିକୁ ଆସୁନି ଜଳ

ଦେବଗଡ଼: ଜିଲ୍ଲାର ବାରକୋଟ ବ୍ଲକର ବସାଲଇ ଗ୍ରାମରେ ରାଜା ରାଜୁଡା ଅମଳରୁ ରହିଛି ଜୟ ନାରାୟଣ କଟା । ମୋଟ 19 ଏକର ପରିମିତ ଏହି କଟାରେ ବାରକୋଟ ପଞ୍ଚାୟତ ସମିତି ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଏକ ଚେକ ଡ୍ୟାମ ଓ କେନାଲ । ଏହି କେନାଲରୁ ବସାଲଇ, କୁଣ୍ଡାପିଠା, ସୁନାପଶି ଓ ଗରିଆପଶି ଆଦି ଚାରିଖଣ୍ଡ ଗ୍ରାମର 300 ଏକରରୁ ଅଧିକ ଜମି ଜଳସେଚିତ ହୋଇଥାଏ ।

ମାତ୍ର ଚଳିତ ବର୍ଷ ବାରକୋଟ ବ୍ଲକ କର୍ତ୍ତୃପକ୍ଷ ଏହି ଚେକ ଡ୍ୟାମର ପୁନରୁଦ୍ଧାର କରିବାକୁ ଯାଇ ଅତ୍ୟନ୍ତ ନିମ୍ନମାନର ଓ ତ୍ରୁଟିପୂର୍ଣ୍ଣ ନିର୍ମାଣ କାର୍ଯ୍ୟ କରିଛନ୍ତି । ଏପରିକି ଜଳ ନିଷ୍କାସନ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା କରିନାହାନ୍ତି । ଫଳରେ ଚଳିତ ବର୍ଷ ଏହି ଜଳାଶୟରେ ପର୍ଯ୍ୟାପ୍ତ ଜଳ ରହିଥିବା ସତ୍ତ୍ୱେ, ଚାଷଜମିକୁ ଜଳ ପହଞ୍ଚି ପାରୁନାହିଁ ।

ଅଚଳ ଅବସ୍ଥାରେ ଚେକ ଡ୍ୟାମ, ଚାଷ ଜମିକୁ ଆସୁନି ଜଳ
ଅଚଳ ଅବସ୍ଥାରେ ଚେକ ଡ୍ୟାମ, ଚାଷ ଜମିକୁ ଆସୁନି ଜଳ

ସେପଟେ ବର୍ତ୍ତମାନ ବେଉଷଣ କାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ, ଆବଶ୍ୟକ ଜଳାଭାବରୁ ଏ ଅଞ୍ଚଳରେ ବେଉଷଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଯାହାକି ଆଗାମୀ ଦିନରେ ମରୁଡି ସମ୍ଭାବନା ସୃଷ୍ଟି କରିଛି । ଏନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ଚାଷୀଙ୍କ ଜମିକୁ ଜଳ ଯୋଗାଇବା ବ୍ୟବସ୍ଥା କରିବାକୁ ଚାଷୀକୂଳ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details