ଓଡିଶା

odisha

ଯାତାୟତରେ ପ୍ରତିବନ୍ଧକ ସାଜିଛି ସିଆରିଆ ନାଳ, କୋଡିଏ ବର୍ଷ ହେଲା ହୋଇପାରୁନି ପୋଲ

By

Published : Mar 5, 2021, 6:26 AM IST

ସିଆରିଆ ନାଳ ଯୋଗୁଁ ଦୈନନ୍ଦିନ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଇ ଆସୁଛନ୍ତି ପାଞ୍ଚୋଟି ଗ୍ରାମର ଜନସାଧାରଣ । ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ଆଜକୁ ଦୀର୍ଘ 20 ବର୍ଷ ହେଲା ଅଞ୍ଚଳବାସୀ ଦାବି କରି ଆସୁଛନ୍ତି, ହେଲେ ଶୁଣୁନି ପ୍ରଶାସନ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତାବଡା ପଞ୍ଚାୟତର ଖମଦଣ୍ଡା ଗାଁରେ । ଅଧିକ ପଢନ୍ତୁ...

ଯାତାୟତରେ ପ୍ରତିବନ୍ଧକ ସାଜିଛି ସିଆରିଆ ନାଳ, କୋଡିଏ ବର୍ଷ ହେଲା ହୋଇପାରୁନି ପୋଲ
ଯାତାୟତରେ ପ୍ରତିବନ୍ଧକ ସାଜିଛି ସିଆରିଆ ନାଳ, କୋଡିଏ ବର୍ଷ ହେଲା ହୋଇପାରୁନି ପୋଲ

ଦେବଗଡ଼: ସିଆରିଆ ନାଳ ଯୋଗୁଁ ଦୈନନ୍ଦିନ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଇ ଆସୁଛନ୍ତି ପାଞ୍ଚୋଟି ଗ୍ରାମର ଜନସାଧାରଣ । ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ଆଜକୁ ଦୀର୍ଘ 20 ବର୍ଷ ହେଲା ଅଞ୍ଚଳବାସୀ ଦାବି କରି ଆସୁଛନ୍ତି, ହେଲେ ଶୁଣୁନି ପ୍ରଶାସନ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତାବଡା ପଞ୍ଚାୟତର ଖମଦଣ୍ଡା ଗାଁରେ ।

ଯାତାୟତରେ ପ୍ରତିବନ୍ଧକ ସାଜିଛି ସିଆରିଆ ନାଳ, କୋଡିଏ ବର୍ଷ ହେଲା ହୋଇପାରୁନି ପୋଲ



ଖମଦଣ୍ଡା ଗାଁ ନିକଟରେ ପ୍ରବାହିତ ହେଉଛି ସିଆରିଆ ନାଳ । ଏହି ନାଳ ପାରିହୋଇ ପ୍ରତିଦିନ ରେଙ୍ଗାଳବେଡା ମୁଖ୍ୟ ରାସ୍ତାକୁ ଯାତାୟତ କରିଥାନ୍ତି ଖମଦଣ୍ଡା, ବିଜାବେରଣୀ, କେନ୍ଦୁଘାଟ ପାଣପୋଷି ଓ ବିଳେଇନାଳି ଆଦି ପାଞ୍ଚୋଟି ଗାଁର ଲୋକେ । ମାତ୍ର ଏହି ଖରସ୍ରୋତା ନାଳ ପାରି ହେବାରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ବର୍ଷାର ଚାରିମାସ ଏଠାରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇ ପଡୁଥିବା ବେଳେ, ଅନ୍ୟ ଦିନରେ ମଧ୍ୟ ଏହି ନାଳ ପାରିହେବା କଷ୍ଟସାଧ୍ୟ ହୋଇଥାଏ । ଫଳରେ ରେଙ୍ଗାଳବେଡା ସ୍ଥିତ ଦୈନିକ ବଜାର, ସ୍କୁଲ କଲେଜ ଓ ଡାକ୍ତରଖାନା ଆଦି ସ୍ଥାନକୁ ଯିବାକୁ ଲୋକେ ନାହିଁନଥିବା ଅସୁବିଧା ଭୋଗ କରି ଆସୁଛନ୍ତି ।



ଏହି ରାସ୍ତା ଉପରେ ଏ ଅଞ୍ଚଳର 5000 ରୁ ଉର୍ଦ୍ଧ୍ୱ ଜନସାଧାରଣ ନିର୍ଭର କରୁଥିବା ବେଳେ, ସିଆରିଆ ନାଳରେ ପୋଲଟିଏ ନିର୍ମାଣ ପାଇଁ ଅଞ୍ଚଳବାସୀ ଆଜକୁ ଦୀର୍ଘ 20 ବର୍ଷ ହେଲା ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି । ପ୍ରଶାସନ ନିକଟରୁ ମିଳୁଛି କେବଳ ଗଦାଗଦା ପ୍ରତିଶୃତି । ହେଲେ ଏହି ପ୍ରତିଶୃତି ଏଯାଏଁ କାର୍ଯ୍ୟକାରୀ ହେଉନି ।

ସିଆରିଆ ନାଳରେ ପୋଲଟିଏ ନିର୍ମାଣ କରି ଯାତାୟତ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ପ୍ରଶାସନର ପ୍ରତିଶୃତି କାର୍ଯ୍ୟକାରୀ ହେବାରେ ଆଉ କେତେବର୍ଷ ଲାଗୁଛି, ତାହା ଦେଖିବାକୁ ବାକି ରହିଲା ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details