ଓଡିଶା

odisha

ଅଚଳ ହୋଇ ପଡିଛି ପାନୀୟ ଜଳ ପ୍ରକଳ୍ପ, ମୁନ୍ଦାଏ ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ

By

Published : Sep 24, 2020, 8:08 AM IST

ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷରେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟରେ ଗାଁରେ ନିର୍ମାଣ କରୁଛନ୍ତି ଗୋଟିଏ ପରେ ଗୋଟିଏ ପାନୀୟ ଜଳ ପ୍ରକଳ୍ପ । ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ପରିଚାଳନା ତ୍ରୃଟି ଯୋଗୁଁ ଏହାର ସୁଫଳ ପାଇପାରୁ ନାହାନ୍ତି ଗ୍ରାମବାସୀ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ରିଆମାଳ ବ୍ଲକର ତିଳେଇପଶି ଗାଁରେ । ଅଧିକ ପଢନ୍ତୁ...

Drinking water project has been deteriorated
ଅଚଳ ହୋଇ ପଡିଛି ପାନୀୟ ଜଳ ପ୍ରକଳ୍ପ, ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ଗ୍ରାମବାସୀ

ଦେବଗଡ଼: ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ଲକ୍ଷରେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟରେ ଗାଁରେ ନିର୍ମାଣ କରୁଛନ୍ତି ଗୋଟିଏ ପରେ ଗୋଟିଏ ପାନୀୟ ଜଳ ପ୍ରକଳ୍ପ । ମାତ୍ର ବିଭାଗୀୟ କତ୍ତୃପକ୍ଷଙ୍କ ପରିଚାଳନା ତ୍ରୃଟି ଯୋଗୁଁ ଏହାର ସୁଫଳ ପାଇପାରୁ ନାହାନ୍ତି ଗ୍ରାମବାସୀ । ଫଳରେ ଗାଁରେ ଦେଖାଦେଇଛି ଉତ୍କଟ ଜଳ ସଙ୍କଟ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ରିଆମାଳ ବ୍ଲକର ତିଳେଇପଶି ଗାଁରେ ।

ଅଚଳ ହୋଇ ପଡିଛି ପାନୀୟ ଜଳ ପ୍ରକଳ୍ପ, ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ଗ୍ରାମବାସୀ

ରିଆମାଳ ବ୍ଲକ ନାଉଳିପଡା ପଞ୍ଚାୟତର ତିଳେଇପଶି ଗାଁରେ ବସବାସ କରନ୍ତି 102ଟି ପରିବାର । ପାନୀୟ ଜଳ ପାଇଁ ଗାଁରେ ଅଛି ଦୁଇଟି ପ୍ରକଳ୍ପ । ପ୍ରଥମେ ନିର୍ମାଣ ହୋଇଥିଲା ସୋଲାର ପାନୀୟ ଜଳ ପ୍ରକଳ୍ପ । ମାତ୍ର ଏହି ପ୍ରକଳ୍ପର ମୋଟର ଚୋରି ହୋଇଯିବା ପରେ ଏହା ଅଚଳ ହୋଇ ପଡ଼ି ରହିଛି । ତାପରେ ଗତ ଦୁଇବର୍ଷ ପୂର୍ବରୁ ସରକାରଙ୍କ ବସୁଧା ଯୋଜନା ମାଧ୍ୟମରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଗାଁରେ ନିର୍ମାଣ କରାଗଲା ଆଉଏକ ପାନୀୟ ଜଳ ପ୍ରକଳ୍ପ ।

ମାତ୍ର ବିଡ଼ମ୍ବନା ଯେ, ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଦୁଇବର୍ଷ ପୂର୍ବରୁ ସରିଥିଲେ ହେଁ, ଏହା ଦିନକ ପାଇଁ ବି କାର୍ଯ୍ୟକ୍ଷମ ହୋଇ ପାରି ନାହିଁ । ଫଳରେ ଗ୍ରାମବାସୀ ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି । ଗ୍ରାମବାସୀ ଆଜକୁ ଦୁଇବର୍ଷ ହେଲା ବିଭାଗୀୟ କତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଜଣାଇ ଆସୁଛନ୍ତି ସତ, ହେଲେ ଏଯାଏଁ ସମସ୍ୟାର ସମାଧାନ ହୋଇପାରୁନାହିଁ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details