ଓଡିଶା

odisha

ବିରଜା ମନ୍ଦିରର ସିଂହଧ୍ଵଜ ରଥଯାତ୍ରାକୁ ମିଳିଲା ଅନୁମତି

By

Published : Oct 8, 2020, 1:29 PM IST

Updated : Oct 8, 2020, 1:56 PM IST

ବିରଜା ମନ୍ଦିରର ସିଂହଧ୍ବଜ ରଥଯାତ୍ରାକୁ ହାଇକୋର୍ଟଙ୍କ ଅନୁମତି। କୋଭିଡ ଗାଇଡଲାଇନ ପାଳନ କରି ରଥଯାତ୍ରା କରାଇବା ନେଇ ଯାଜପୁର ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି କହିଲେ କୋର୍ଟ । ଅଧିକ ପଢନ୍ତୁ...

ବିରଜା ମନ୍ଦିରର ସିଙ୍ଘଧ୍ଵଜ ରଥଯାତ୍ରାକୁ ମିଳିଲା ଅନୁମତି
ବିରଜା ମନ୍ଦିରର ସିଙ୍ଘଧ୍ଵଜ ରଥଯାତ୍ରାକୁ ମିଳିଲା ଅନୁମତି

କଟକ: ବିରଜା ମନ୍ଦିରର ସିଂହଧ୍ବଜ ରଥଯାତ୍ରାକୁ ହାଇକୋର୍ଟଙ୍କ ଅନୁମତି। କୋଭିଡ ଗାଇଡ ଲାଇନ ପାଳନ କରି ରଥଯାତ୍ରା କରାଇବା ନେଇ ଯାଜପୁର ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି କହିଲେ କୋର୍ଟ । ଆସନ୍ତା ନଭେମ୍ବର ମାସ 17 ରୁ 24 ତାରିଖରେ ହେବ ରଥଯାତ୍ରା। ରଥଯାତ୍ରାର ଅନୁମତି ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ମନ୍ଦିର ମୁକ୍ତି ମଣ୍ଡପ ସେବାୟତ ପରିଷଦ।

ବିରଜା ମନ୍ଦିରର ସିଂହଧ୍ଵଜ ରଥଯାତ୍ରାକୁ ମିଳିଲା ଅନୁମତି

ଆଜି ହାଇକୋର୍ଟରେ ବିରଜା ରଥଯାତ୍ରା ମାମଲାର ଶୁଣାଣି କରି ଏ ସମ୍ପର୍କରେ ଯାଜପୁର ଜିଲ୍ଲାପାଳ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। କୋଭିଡ ଗାଇଡ ଲାଇନକୁ ଦୃଷ୍ଟି ଦେଇ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

ରଥଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କୁ ପୂର୍ବରୁ ରିପୋର୍ଟ ତଲବ କରିଥିଲେ ଅଦାଲତ। ଆଜି ସୁଦ୍ଧା ଏନେଇ ରିପୋର୍ଟ ଦେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ କୁହାଯାଇଥିଲା। ନିର୍ଦ୍ଦେଶ ଅନୁଯାୟୀ ସରକାରଙ୍କ ପକ୍ଷରୁ ଏହି ରିପୋର୍ଟ ହାଇକୋର୍ଟରେ ଉପସ୍ଥାପିତ ହୋଇଥିଲା। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତ ବର୍ଷ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିବାବେଳେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମୁକ୍ତି ମଣ୍ଡପ ସେବାୟତ ପରିଷଦ ।

ପ୍ରତିବର୍ଷ ଦୂର୍ଗା ପୂଜା ଅବସରରେ ମା ବିରଜାଙ୍କର ସ୍ବତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋରୋନା ଜନିତ କଟକଣା ରହିଥିବାରୁ କୌଣସି ମନ୍ଦିରରେ କୌଣସି ଧର୍ମୀୟ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ନିୟମ ରହିଛି। ଚଳିତ ବର୍ଷ ମଳ ମାସ ପଡୁଥିବାରୁ ମା’ଙ୍କ ଦୂର୍ଗାପୂଜା 46 ଦିନ ଧରି ଚାଲିବ ଏବଂ ମା’ଙ୍କ ରଥଯାତ୍ରା ଆସନ୍ତା ଅକ୍ଟୋବର 17 ତାରିଖରୁ 24 ତାରିଖ ମଧ୍ୟରେ 9 ଦିନ ଧରି ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି ।

ସେଥିପାଇଁ ମାଙ୍କ ରଥଯାତ୍ରା ପରମ୍ପରାକୁ ରକ୍ଷା କରିବା ପାଇଁ ମୁକ୍ତି ମଣ୍ଡପ ସେବାୟତ ପରିଷଦ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଏହି ରଥଯାତ୍ରା ସମୟରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ସହିତ ହାଇକୋର୍ଟ ଅନ୍ୟ ଯେଉଁ ସବୁ ସର୍ତ୍ତ ରଖିବେ ତାକୁ ମାନି ରଥାଯାତ୍ରା କରାଯିବ ବୋଲି ସେବାୟତ ପରିଷଦ ପକ୍ଷରୁ ଅଦାଲତଙ୍କୁ ଦର୍ଶାଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 8, 2020, 1:56 PM IST

ABOUT THE AUTHOR

...view details