ଓଡିଶା

odisha

MRP ଠାରୁ ୧୦ଟଙ୍କା ଅଧିକରେ ବିକୁଥିଲେ ମଦ; ଗଣିଲେ 20 ଲକ୍ଷ ତଣ୍ଡ

By ETV Bharat Odisha Team

Published : Nov 3, 2023, 11:17 AM IST

Updated : Nov 3, 2023, 2:17 PM IST

ଏମଆରପିରେ ଲେଖା ଥିଲା ଗୋଟିଏ ଦର ମାତ୍ର ଚଢାରେ ମଦ ବିକ୍ରି କରୁଥିଲେ ଦୋକାନୀ । ଦୋକାନ ସିଲ କରିବା ସହିତ 20 ଲକ୍ଷ ଟଙ୍କା ଜୋରିମାନା ହୋଇଛି । ଅଧିକ ପଢନ୍ତୁ

MRPଠାରୁ ୧୦ ଟଙ୍କା ଚଢାରେ ବିକ୍ରି କରୁଥିଲେ ମଦ
Liquor shop sealed

MRP ଠାରୁ ୧୦ଟଙ୍କା ଅଧିକରେ ବିକୁଥିଲେ ମଦ

କଟକ:ମହଙ୍ଗା ପଡିଲା MRP ଠାରୁ ଅଧିକ ଦରରେ ମଦ ବିକ୍ରି କରିବା । ଦାମ ଲେଖାଥିଲା ଗୋଟିଏ, ମାତ୍ର ଚଢା ଦରରେ ବିକ୍ରି ହେଉଥିଲା । ୧୦ ଟଙ୍କା ଅଧିକ ଦରରେ ମଦ ବିକ୍ରି କରୁଥିଲେ ଦୋକାନୀ । ଯେଉଁଥିପାଇଁ ପାଇଁ ଏବେ ଗଣିବାକୁ ପଡିଛି 20 ଲକ୍ଷର ଜରିମାନା । ଚଢା ଦରରେ ମଦ ବିକିବା ନେଇ ଖାଉଟି ଅଦାଲତ ମଦ ଦୋକାନୀଙ୍କୁ ୨୦ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଉକ୍ତ ଦୋକାନକୁ ସିଲ କରିଛି କଟକ ଅବକାରୀ ବିଭାଗ ।

ଚଢା ଦରରେ ମଦ ବିକ୍ରି କରିବା ନେଇ ଜଣେ ଖାଉଟି ଅଦାଲତଙ୍କ ଦ୍ୱାରସ୍ତ ହୋଇଥିଲେ । ଅଦାଲତ ଏହି ମାମଲାକୁ ବିଚାର କରି କଡା ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ମଦ ଦୋକାନକୁ ୨୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଗତ କିଛି ଦିନ ପୂର୍ବରୁ ଏନେଇ ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ ଆସିବା ପରେ ଅବକାରୀ ବିଭାଗ ଉକ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ ସିଲ୍ କରିଛି । କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ରାମଦାସପୁରରେ ଥିବା ଏହି ବିଦେଶୀ ଠିପି ବନ୍ଦ ମଦ ଦୋକାନକୁ ସିଲ୍ କରିଛି କଟକ ଜିଲ୍ଲା ଅବକାରୀ ବିଭାଗ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଏସପି ଦେବାଶିଷ ପଟେଲ ।

ଏହା ବି ପଢନ୍ତୁ...ବେଆଇନ ମଦ ବିକ୍ରିକୁ ନେଇ ଧସ୍ତାଧସ୍ତି, ପୋଲିସକୁ ଅଟକ ରଖିଲେ ଏସଏଚଜି ମହିଳା

10 ଟଙ୍କା ପାଇଁ ଗଣିବେ 20 ଲକ୍ଷ:କିଛି ଦିନ ପୂର୍ବରୁ ଜଣେ ଗ୍ରାହକକୁ ଗୋଟିଏ ମଦ ବୋତଲ ପିଛା ୧୦ ଟଙ୍କା ଅଧିକ ଦରରେ ବିକ୍ରି କରିଥିଲା ଏହି ଦୋକାନ । ଏନେଇ ଗ୍ରାହକ ଜଣକ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଖାଉଟି ଅଦାଲତ ଉକ୍ତ ଦୋକାନକୁ ୨୦ ଲକ୍ଷ ଟଙ୍କାର ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଖବର ମିଳିବା ପରେ ଉକ୍ତ ଦୋକାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ତାକୁ ସିଲ୍ କରାଯାଇଛି ।

ଏହା ବି ପଢନ୍ତୁ...ମାଟିରେ ମିଶିଲା ଚୋରା ମଦ ଭାଟି, ଅବକାରୀ ଭାଙ୍ଗିଲା ନିଶା ମାଫିଆଙ୍କ ଆଡ୍ଡା

ଜିଲ୍ଲା ଅବକାରୀ ଏସପି ଦେବାଶିଷ ପଟେଲ କହିଛନ୍ତି, ''ରାମଦାସପୁରରେ ଥିବା ଏହି ବିଦେଶୀ ଠିପି ବନ୍ଦ ମଦ ଦୋକାନୀ ଏମଆରପିଠୁ ଅଧିକ ଦରରେ ମଦ ବିକ୍ରି କରିଥିବା ଖାଉଟି ଅଦାଲତରେ ଅଭିଯୋଗ ହୋଇଥିଲା । ଗତ 3 ଦିନ ତଳେ ଖାଉଟି ଅଦାଲତ ଏହାର ବିଚାର କରି ଦୋକାନୀକୁ 20 ଲକ୍ଷ ଟଙ୍କା ଜେରିମାନା କରିଥିଲେ । ଏହାପରେ ଅବକାରୀ କମିଶନର ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉକ୍ତ ଦୋକାନକୁ ସିଲ କରିଛୁ । ଆଗାମୀ ଦିନରେ ଏପରି ଅଭିଯୋଗ ଆସିଲେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।''

ଇଟିଭି ଭାରତ, କଟକ

Last Updated : Nov 3, 2023, 2:17 PM IST

ABOUT THE AUTHOR

...view details