ଓଡିଶା

odisha

ହକି ବିଶ୍ବକପ ଉଦଘାଟନୀ ଉତ୍ସବ, ସିଲିଭର ସିଟିକୁ ଭାରିଯାନ ମନା

By

Published : Dec 20, 2022, 10:46 AM IST

ଆସନ୍ତାବର୍ଷ ଜାନୁଆରୀ 13ରୁ ପୁରୁଷ ହକି ବିଶ୍ବକପ ଅନୁଷ୍ଠିତ ହେବ । ସିଲଭର ସିଟିରେ ଏହାର ଉଦଘାଟନ ଉତ୍ସବ ପାଇଁ ନିୟମ କଡାକଡି ହୋଇଛି । ଜାନୁଆରୀ 1 ମଧ୍ୟରାତ୍ରୀରୁ 12 ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ସହରକୁ ସମସ୍ତ ଭାରିଯାନ ନିଷେଧ କରାଯାଇଛି । ଅଧିକ ପଢନ୍ତୁ

Hockey World Cup
ହକି ବିଶ୍ବକପ ଉଦଘାଟନୀ ଉତ୍ସବ କଟକଣା

କଟକ:ହକି ବିଶ୍ବକପ ପାଇଁ ଆଉ କିଛି ଦିନର ଅପେକ୍ଷାସ । ଆସନ୍ତାବର୍ଷ ଜାନୁଆରୀ 13ରୁ ଆରମ୍ଭ ହେବ ହକି ମହାକୁମ୍ଭ । ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ । ସିଲଭର ସିଟି କଟକର ବାଟବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ ଉଦଘାଟନୀ ସମାରୋହର ସଫଳ ଆୟୋଜନ ନିମନ୍ତେ ନିୟମ କଡାକଡି ହୋଇଛି । ଜାନୁଆରୀ 1 ମଧ୍ୟରାତ୍ରୀରୁ 12 ତାରିଖ ମଧ୍ୟରାତ୍ରୀ ଯାଏ ସହର ମଧ୍ୟରୁ ଭାରିଯାନା ନିଷେଧ କରାଯାଇଛି ।

ହକି ବିଶ୍ବକପ ଉଦଘାଟନୀ ଉତ୍ସବ କଟକଣା

ଏହି ସମାରୋହକୁ ପରିଦର୍ଶନ କରିବାକୁ ଆସୁଥିବା ଦର୍ଶକ, ଅତିଥି, ବ୍ୟକ୍ତିବିଶେଷଙ୍କ ସୁରକ୍ଷା ଓ ଯାତାୟତର ସୁବିଧାକୁ ଦୃଷ୍ଟିରେ ରଖି ସହରରେ କୌଣସି ଟ୍ରକ , ଟ୍ରିପର, ଟ୍ରାକ୍ଟର ମାଧ୍ୟମରେ ବାଲି ଚିପ୍ସ ଲଘୁ ଖଣିଜ ପଦାର୍ଥ କଟକ ସହର ସୀମା ପରିସର ଏବଂ କଟକଠୁ ଭୁବନେଶ୍ବର ମଧ୍ୟର ପରିବହନ ନିଷେଧାଦେଶ ନିୟମ ଜାରି କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ। ମୋଟରଯାନ ଆଇନ ଧାରା 155 ଅନ୍ତର୍ଭୁକ୍ତ କ୍ଷମତାର ଅନୁପାଳନ ଏବଂ ମଟରଯାନ ନିୟମର ଧାରା 173 ଅନୁଯୀୟୀ ଏହି ନିୟମ ହୋଇଛି ।

ଏହାସହ ଯେଉଁ ଭାରିଯାନ ଗୁଡିକ ଅତ୍ୟାବଶ୍ୟକ କାର୍ଯ୍ୟ ସହ ଜଡିତ ଥିବ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଓ କମିଶନରେଟ ପୋଲିସ ପକ୍ଷରୁ ସ୍ୱୀକୃତି ଦିଆଯିବ । ଆଉ ସେହି ପ୍ରମାଣ ପତ୍ର ଦେଖାଇ ସେମାନେ ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ହୋଇ ପାରିବେ। ତେବେ ଜାନୁଆରୀ 11 ତାରିଖରେ ବାରବାଟୀ ଷ୍ଟାଡିଅମ ରେ ଅନୁଷ୍ଠିତ ହେବ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ। ଏହି ମେଗା ଆୟୋଜନକୁ ଦେଖିବା ପାଇଁ ଆସିଥିବାକୁ ଥିବା କ୍ରୀଡ଼ାପ୍ରେମୀ, ଅତିଥି , ସାଧାରଣ ଲୋକେ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ଏହି ନିୟମ ଲାଗୁ କରିଛନ୍ତି ଜିଲ୍ଲାପାଳ ।

ଏହି ବି ପଢନ୍ତୁ...Hockey World Cup: ପ୍ରଥମ ଦିନରେ ମିଳିଲାନି ଟିକେଟ, ଫ୍ୟାନ୍ସ କହିଲେ ଏତେ ସବୁ ଆୟୋଜନର କିଛି ଲାଭ ନାହିଁ

ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ହେବ ମ୍ୟାଚ୍ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଚେମ୍ବର 8 ତାରିଖରେ ଭାରତୀୟ ହକି ଟିମର ପୁଲ୍‌ ନାମ ଘୋଷଣା କରିଥିଲେ । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି । ବିଶ୍ବକପ ନେଇ ଆସନ୍ତାକାଲିଠୁ ( ସୋମବାର) କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମର କାଉଣ୍ଟରରେ ଟିକେଟ ବିକ୍ରି ହୋଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details