ଓଡିଶା

odisha

BSNL ଅଫିସରେ ଅଗ୍ନିକାଣ୍ଡ, କାଲି ସନ୍ଧ୍ୟା ସୁଦ୍ଧା ସ୍ବାଭାବିକ ହେବ ସେବା

By

Published : Sep 21, 2019, 8:42 PM IST

ଶୁକ୍ରବାର କଟକ ବଜ୍ରକବାଟି ବିଏସଏନଏଲ କାର୍ଯ୍ୟାଳୟର ତୃତୀୟ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ ବିଭିନ୍ନ ଜିଲ୍ଲାରେ ବିଏସଏନଏଲ ମୋବାଇଲ ତଥା ବ୍ରଡବ୍ୟାଣ୍ଡ ସେବା ଠପ୍‌ ହୋଇଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫଟୋ ସୌଜନ୍ୟ : ସମ୍ବାଦଦାତା, କଟକ

କଟକ: ବିଏସଏନଏଲ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ ପରିସ୍ଥିତି ସ୍ବାଭାବିକ ପାଇଁ ପ୍ରୟାସ ଜାରି ରହିଛି । ଅଗ୍ନିକାଣ୍ଡ ପରେ ଖାଲି ଯେ କଟକ ଜିଲ୍ଲା ନୁହେଁ ଢେଙ୍କାନାଳ, ଭଦ୍ରକ ଆଦି ଜିଲ୍ଲାରେ ବିଏସଏନଏଲ ମୋବାଇଲ ତଥା ବ୍ରଡବ୍ୟାଣ୍ଡ ସେବା ଠପ୍‌ ହୋଇଯାଇଛି । ଯହାଦ୍ବାରା ଲକ୍ଷ ଲକ୍ଷ ବିଏସଏନଏଲ ଗ୍ରାହକ ଏଥିରେ ପ୍ରଭାବିତ ହୋଇଛନ୍ତି ।

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମୋବାଇଲ ସେବା ସ୍ବାଭାବିକ ହେବ ବୋଲି ବିଏସଏନଏଲର ମୁଖ୍ୟ ମହାପ୍ରବନ୍ଧକ କହିଛନ୍ତି । ସେହିପରି ଆଜି ସନ୍ଧ୍ୟା ଭିତରେ ବ୍ରଡବ୍ୟାଣ୍ଡ ସେବା ସ୍ବାଭାବିକ ପାଇଁ ଉଦ୍ୟମ ଜାରି ରହିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କଟକ

ସୂଚନାନୁଯାୟୀ, ଶୁକ୍ରବାର କଟକ ବଜ୍ରକବାଟି ବିଏସଏନଏଲ କାର୍ଯ୍ୟାଳୟର ତୃତୀୟ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ କାର୍ଯ୍ୟାଳୟରେ ଥିବା ଅନେକ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ବିଶେଷକରି ତାର ଗୁଡିକ ଜଳି ନଷ୍ଟ ହୋଇଯାଇଛି । ତେବେ କିଛି ମେସିନ ପୋଡି ଯାଇଥିବାରୁ ବିଏସଏନଏଲ ସେବା ବାଧାପ୍ରାପ୍ତ ହୋଇଛି । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସ୍ପଷ୍ଟ ହୋଇଛି । ଏହାର ମରାମତି ପାଇଁ ବିଭିନ୍ନ ବିଭାଗର ଟେକ୍ନିସିଆନମାନେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି । କାର୍ଯ୍ୟାଳୟରେ ବିଦ୍ୟୁତ କାଟ୍‌ କରାଯାଇଥିବାରୁ ପାୱାର ଜେନେରଟର ଦ୍ବାରା ବିଦ୍ୟୁତ୍‌ ମରାମତି କରାଯାଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details