ଓଡିଶା

odisha

ମାଲଗୋଦାମର ପିଛା ଛାଡ଼ୁନି ଜଳବନ୍ଦୀ ସମସ୍ୟା, ମେୟର କହିଲେ 2 ମାସରେ ହେବ ସମାଧାନ

By

Published : Apr 23, 2023, 2:23 PM IST

କଟକ ମାଲଗୋଦାମରେ ଜଳବନ୍ଦୀ ଏକ ପ୍ରମୁଖ ସମସ୍ୟା । ଆଗକୁ ବର୍ଷା ଆସୁଥିବା ବେଳେ ଏହାର ସମାଧାନ କରାଯିବ କହିଛନ୍ତି ମେୟର । ୨ ମାସ ଭିତରେ ଜଳବନ୍ଦୀ ସମସ୍ୟା ଦୂର କରାଯିବ ବୋଲି ମେୟର ପ୍ରତିଶୃତି ଦେଇଛନ୍ତି । ଅଧିକ ପଢନ୍ତୁ

cmc mayor reaction over water logging
cmc mayor reaction over water logging

cmc mayor reaction over water logging

କଟକ: ରାଜ୍ୟର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ହେଉଛି କଟକର ମାଲଗୋଦାମ । ଦୈନିକ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ମାଲବୋଝେଇ ଗାଡି ଯାତାୟତ କରିଥାଏ । ମାଲ କିଣାବିକା ପାଇଁ ଦୈନିକ ଏଠାରେ ହଜାର ହଜାର ଲୋକଙ୍କ ସମାଗମ ହୁଏ । କିନ୍ତୁ ଏହାର ମୁଖ୍ୟ ସମସ୍ୟା ହେଉଛି ଡ୍ରେନେଜ ବ୍ୟବସ୍ଥା । ସାମାନ୍ୟ ବର୍ଷା ହେଲେ ମାଲଗୋଦାମରେ ସ୍ବାଭାବିକ ବ୍ୟବସାୟ ବାଧାପ୍ରାପ୍ତ ହେଉଛି । ବର୍ଷା ଯୋଗୁଁ ମାଲଗୋଦାମ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେଉଛି । ଏହାରି ଭିତରେ ଆଜି ଏକ ଖୁସି ଖବର ସାମ୍ନାକୁ ଆସିଛି । ବର୍ଷା ଆସିବାକୁ ଆଉ ୨ମାସ ରହିଥିବା ବେଳେ ତା ପୂର୍ବରୁ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ମେୟର ସୁବାସ ସିଂ ।

ସୂଚନା ଅନୁସାରେ, ସମସ୍ୟାର ସମାଧାନ ପାଇଁ ମେୟର, କମିଶନର ମାଲଗୋଦାମ ଅଞ୍ଚଳ ବୁଲି ସ୍ଥିତି ପରଖିବା ସହ ମାଲଗୋଦାମ ବ୍ୟବସାୟୀ ସଙ୍ଘ ସହ ସମସ୍ୟାର ସ୍ଥାୟୀ ସମୀଧାନ ସମ୍ପର୍କରେ ଆଲୋଚନା କରିଛନ୍ତି । ରାଜ୍ୟର ବ୍ୟବସାୟିକ ପ୍ରାଣକେନ୍ଦ୍ର କଟକ ମାଲଗୋଦାମରେ ସାମାନ୍ୟ ବର୍ଷାରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେଉଛି । ଫଳରେ ସ୍ବାଭାବିକ ବ୍ୟବସାୟ ବାଧାପ୍ରାପ୍ତ ହେଉଛି । ମାଲଗୋଦାମର ଏଭଳି ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ସିଏମସି ମେୟର, କମିଶନର ମାଲଗୋଦାମ ଅଞ୍ଚଳ ପରିଦର୍ଶନ କରି ବ୍ୟବସାୟୀ ସଙ୍ଘ ସହ ସମାଧାନ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଦୁଇ ମାସ ଭିତରେ ମାଲଗୋଦାମ ଜଳବନ୍ଦୀ ଅବସ୍ଥା ସୁଧୁରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମେୟର । ତେବେ ନିକଟରେ ଥିବା ତାଳଦଣ୍ଡା କେନାଲକୁ ଡ୍ରେନେଜ ବ୍ୟବସ୍ଥା ବନ୍ଦ କରିବା ପରେ ଏପରି ସ୍ଥିତି ଉପୁଜିଥିବା କହିଛନ୍ତି ବ୍ୟବସାୟୀ । ସେ କହିଛନ୍ତି, "ପୂର୍ବରୁ ଯେତେ ବି ବଡ଼ ବର୍ଷା ହୁଏ, ସେହି ସମୟରେ ବର୍ଷା ଜଳ ତାଳଦଣ୍ଡା କେନାଲକୁ ଡ୍ରେନେଜ ମାଧ୍ୟମରେ ଯାଏ । ତେବେ ବର୍ତ୍ତମାନ ସେହି ବ୍ୟବସ୍ଥା ନଥିବାରୁ ଜଳବନ୍ଦୀ ସମସ୍ୟା ଉପୁଜିଛି । ଏହାସହ ଯଦି କହିବା ଡ୍ରେନରେ ମଧ୍ୟ ସମସ୍ୟ ରହିଛି । ଏହାର ପୁନରୁଦ୍ଧାର କରାଯାଉ ।"

ନିୟମିତ ଡ୍ରେନରୁ ପଙ୍କୋଦ୍ଧାର କାମ ହେଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବ୍ୟବସାୟୀ ସଙ୍ଘ କହିଛି । ମେୟର, କମିଶନର ନିଜେ ସ୍ଥିତି ପରଖିବା ପରେ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛି ବ୍ୟବସାୟୀ ସଙ୍ଘ ଦୁଇ ମାସ ଭିତରେ ମାଲଗୋଦାମ ଡ୍ରେନେଜ କାମ ନହେଲେ ବଡ ବର୍ଷା ହେଲେ ମାଲଗୋଦାମରେ ବ୍ୟବସାୟିକ ଗତିବିଧି ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବାର ଆଶଙ୍କା ରହିଛି । ତେଣୁ ସମୟ ଥାଇ ଏହାର ସମାଧାନ କରିବା ନିହାତି ଜରୁରୀ ବୋଲି ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details