ଓଡିଶା

odisha

ଅନଲକ-3ରେ ଗଡିଲା ମୋ ବସ, ଖୁସି ଜାହିର କଲେ ଯାତ୍ରୀ

By

Published : Aug 4, 2020, 5:40 PM IST

ଲକଡାଉନ ସମୟରେ ବନ୍ଦ ପଡିଥିବା ମୋ ବସ ପୁଣିଥରେ ରାଜ ରାସ୍ତାକୁ ଆସିଛି । ଏନେଇ ଯାତ୍ରୀ ମଧ୍ୟ ବେଶ ଖୁସି ଜାହିର କରିଛନ୍ତି ।

cuttack
ଅନଲକ-3ରେ ଗଡିଲା ମୋ ବସ

କଟକ: ଟ୍ବିନସିଟିରେ ଆଜିଠାରୁ ପୁଣି କାର୍ଯ୍ୟକାରୀ ହୋଇଛି ମୋ ବସ ସେବା । ତେବେ ଲକଡାଉନ ସମୟରେ ବନ୍ଦ ପଡିଥିବା ମୋ ବସ ପୁଣିଥରେ ରାଜ ରାସ୍ତାକୁ ଆସିଛି । ଏନେଇ ଯାତ୍ରୀ ମଧ୍ୟ ବେଶ ଖୁସି ଜାହିର କରିଛନ୍ତି ।

ଅନଲକ-3ରେ ଗଡିଲା ମୋ ବସ

ଅଗଷ୍ଟ ମାସ ଆରମ୍ଭରୁ ଅନଲକ-3 ଆରମ୍ଭ ହୋଇଛି । ଆଉ ଏହାରି ଭିତରେ ଅନେକ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ସମସ୍ତ ସଚେତନ ଓ ସାମଜିକ ଦୂରତ୍ବ ଆଧାରେ ଯାତ୍ରୀମାନେ ଟ୍ବିନସିଟିରେ ଯାତାୟାତ କରି ପାରୁଛନ୍ତି ।

ଯାହାଦ୍ବାରା ସେମାନେ ସେମାନଙ୍କର ଗନ୍ତବ୍ୟସ୍ଥଳରେ ପହଞ୍ଚିପାରୁଛନ୍ତି । ବସ ମଧ୍ୟରେ ଯେଉଁ ସଚେତନତା ବ୍ୟବସ୍ଥା ପୂର୍ବଭଳି ଥିଲା, ତାହା ଏବେ ବି ବଳବତ୍ତର ରହିଛି । ତେବେ କଟକରୁ ଦୁଇଟି ସମୟରେ ବସ ଯାଉଥିବା ସୂଚନା ଦେଇଛନ୍ତି ବସ କର୍ମଚାରୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details