ଓଡିଶା

odisha

ବୌଦ୍ଧରେ ସମ୍ବିଧାନ ସଚେତନତା ଅଭିଯାନ ଅନୁଷ୍ଠିତ

By ETV Bharat Odisha Team

Published : Oct 15, 2023, 5:19 PM IST

ନାଗରିକଙ୍କ ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ବିଷୟରେ ଅବଗତ କରିବା ନେଇ ବୌଦ୍ଧରେ ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

samvidhan sachetanata abhiyan
samvidhan sachetanata abhiyan

samvidhan sachetanata abhiyan

ବୌଦ୍ଧ: ବୌଦ୍ଧରେ ସମ୍ବିଧାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ନାଗରିକଙ୍କ ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ବିଷୟରେ ଅବଗତ ପାଇଁ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ଏନେଇ ଷଷ୍ଠ ଥର ପାଇଁ ଏଭଳି ସମ୍ବିଧାନ ସଚେତନ ଅଭିଯାନର ଆୟୋଜନ କରାଯାଇଛି । ପାରମ୍ପରିକ ଲୋକନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଭାରତୀୟ ଗଣତନ୍ତ୍ରର ମୁଖ୍ୟ ଗ୍ରନ୍ଥ ସମ୍ବିଧାନ ସମ୍ପର୍କରେ ସଚେତନା କରାଯାଇଛି ।

ତେବେ ଏନେଇ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଜଡିତ ବିଶେଷଜ୍ଞ, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ନାଗରିକ ବୌଦ୍ଧ ସହର ପରିକ୍ରମା ପରେ ଟାଉନ ହଲ ଠାରେ ପହଞ୍ଚିଥିଲେ । ଦେଶ ସ୍ବାଧୀନତାର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ଦେଶର ସମ୍ବିଧାନକୁ ନେଇ ସାଧାରଣ ନାଗରିକ ସଚେତନ ହୋଇ ପାରି ନାହାନ୍ତି । ସେହିପରି ଆଜିର ଦିନରେ ୧୯୫୬ ମସିହାରେ ସମ୍ବିଧାନ ପ୍ରଣେତା ଆମ୍ବେଦକର ଲକ୍ଷାଧିକ ସମର୍ଥକଙ୍କ ଗହଣରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏନେଇ ଗତକାଲି ଧର୍ମ ଚକ୍ର ପରିବର୍ତ୍ତନ ଦିବସ ଭାବରେ ଆମ୍ବେଦକରଙ୍କ ସମର୍ଥକମାନେ ପାଳନ କରିଥିଲେ ।

କେବଳ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଏଭଳି ଅନେକ ଅଞ୍ଚଳ ରହିଛି ଯେଉଁଠାରେ ନିଜର ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ଲୋକମାନେ ଆଦୌ ଅବଗତ ନୁହଁନ୍ତି । ଆଜି ମଧ୍ୟ ଅପହଞ୍ଚ ଅଞ୍ଚଳରେ ଦେଶର ସମ୍ବିଧାନ ଦେଇଥିବା ଅଧିକାର ସମ୍ପର୍କରେ ସାଧାରଣ ଲୋକ ଅଜ୍ଞ ଥିବାରୁ ସେସବୁ ଅଞ୍ଚଳରେ ବିକାଶର ଧାରା ମଧ୍ୟ ଆଗେଇ ପାରୁନାହିଁ । ଅନେକ ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗ ଠାରୁ ନେଇ ବିଭିନ୍ନ ମୌଳିକ ସୁବିଧା ଆଦୌ ପହଞ୍ଚି ପାରୁନାହିଁ । ସମ୍ବିଧାନରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଅଧିକାର ବ୍ୟବସ୍ଥା ରହିଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ସମ୍ବିଧାନର ପ୍ରକୃତ ହିତ ସାଧିତ ହୋଇପାରୁନାହିଁ । । ଏନେଇ ସମ୍ବିଧାନ ସଚେତନ ଅଭିଯାନର ମାଧ୍ୟମରେ ଲୋକଙ୍କୁ ସଚେତନ ପାଇଁ ଉଦ୍ୟମ କରାଯାଉଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ସମ୍ବିଧାନ ଓ ଗଣତାନ୍ତ୍ରିକ ପରମ୍ପରା ପ୍ରତି ଆଖି ବୁଜିଲେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ସମ୍ଭବ

ଲିଙ୍ଗଗତ ସମାନତାକୁ ଆଧାର ସହିତ ପ୍ରତ୍ୟେକ ଗାଁ ଓ ସହରରେ ସମ୍ବିଧାନକୁ ନେଇ ଗତ ୨୦୧୮ ମସିହା ଠାରୁ ଏଭଳି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ମହିଳାମାନଙ୍କ ସଙ୍ଗଠିତ, ସୁରକ୍ଷା ଓ ସମାନତାକୁ ଗୁରୁତ୍ବ ପ୍ରଦାନ କରାଯାଇଥିବା ବେଳେ ସମ୍ବିଧାନର ଧାରା ୧୪,୧୫,୧୬,୧୭ର ମୌଳିକ ଅଧିକାର ସମ୍ପର୍କରେ ସାଧାରଣ ନାଗରିକ ଅଜ୍ଞ ଥିବା ସମ୍ବିଧାନ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ଜିଲ୍ଲାର ଟାଉନହଲ ଠାରେ ଅନୁଷ୍ଠିତ ସମ୍ବିଧାନ ସଚେତନ ଅଭିଯାନର କର୍ମକର୍ତ୍ତାଙ୍କ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ସମ୍ବିଧାନ ସଚେତନ କର୍ମକର୍ତ୍ତା, ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ମହିଳା ଅଂଶ ଗ୍ରହଣ କରିଥିଲେ ।


ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details