ଓଡିଶା

odisha

ଓଏସଏସରେ ଉତ୍ତୀର୍ଣ୍ଣ, ବୌଦ୍ଧ ଜିଲ୍ଲାର ଗୌରବ ପତିତପାବନ

By

Published : Jan 10, 2020, 3:14 AM IST

ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ର ଚୂଡ଼ାନ୍ତ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଥିଲା । ଏଥିରେ ଉତ୍ତୀର୍ଣ୍ଣ ହୋଇ ବୌଦ୍ଧ ପାଇଁ ଗୌରବ ଆଣିଛନ୍ତି ପତିତପାବନ ମହାନନ୍ଦିଆ । ଅଧିକ ପଢନ୍ତୁ...

Patitapabana from boudh district
ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ର ଚୂଡ଼ାନ୍ତ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଥିଲା । ଏଥିରେ ଉତ୍ତୀର୍ଣ୍ଣ ହୋଇ ବୌଦ୍ଧ ପାଇଁ ଗୌରବ ଆଣିଛନ୍ତି ପତିତପାବନ ମହାନନ୍ଦିଆ । ନିଜର ଅକ୍ଳାନ୍ତ ପରିଶ୍ରମ ବଳରେର ସେ ଓଡିଶା ପ୍ରଶାସନିକ ସେବା କ୍ଷେତ୍ରରେ କୃତକାର୍ଯ୍ୟ ହୋଇ ସଫଳତାର ଶିଖରରେ ପହଞ୍ଚିଛନ୍ତି ।

ବୌଦ୍ଧ ଜିଲ୍ଲାର ଗୌରବ ପତିତପାବନ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଅନ୍ତର୍ଗତ ପିପିଲିପାଲି ଗ୍ରାମର ପତିତପାବନ ମହାନନ୍ଦିଆ ଚଳିତ ଓପିଏସସି ବା ଓଡିଶା ପ୍ରଶାସନିକ ସେବା କ୍ଷେତ୍ରରେ ୧୬୯ ତମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି । ପିତା ଶମ୍ଭୁ ମହାନନ୍ଦିଆ ଓ ମାତା ଲଳିତା ମହାନନ୍ଦିଆଙ୍କ ଚାରି ପୁଅଝିଅ ମଧ୍ୟରୁ ପତିତପାବନ ବଡପୁଅ ହୋଇଥିବା ବେଳେ ପିଲାଦିନରୁ ସେ ଅତ୍ୟନ୍ତ ମେଧାବୀ ଥିଲେ ।

ଏହା ପୂର୍ବରୁ ମଧ୍ୟ ସେ ଏହି ଓପିଏସସି ପରୀକ୍ଷା ଦେଇଥିଲେ ମଧ୍ୟ କୃତକାର୍ଯ୍ୟ ହୋଇପାରି ନଥିଲେ । କିନ୍ତୁ ସେ ଭାଙ୍ଗି ନଯାଇ ପୁନର୍ବାର ଚେଷ୍ଟା କରି ସଫଳତା ପାଇଥିଲେ । ସେ ତାଙ୍କ ସଫଳତାର ଶ୍ରେୟ ସେ ନିଜ ପରିବାରକୁ ଦେବା ସହିତ ଆଗାମୀ ଦିନରେ ବୌଦ୍ଧ ଜିଲ୍ଲା ଓ ଓଡିଶାବାସୀଙ୍କ ସେବା କରିବେ ବୋଲି ଈଟିଭି ଭାରତକୁ ଫୋନ ଯୋଗେ ଜଣାଇଛନ୍ତି । ପତିତପାବନଙ୍କ ସଫଳତା ଯୋଗୁଁ ତାଙ୍କ ନିଜ ଗ୍ରାମ୍ ପିପିଲିପାଲି ସହିତ କଣ୍ଟାମାଳ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details