ଓଡିଶା

odisha

କୂଳ ଲଂଘୁଛି ମହାନଦୀ, ଚିନ୍ତାରେ ଗ୍ରାମବାସୀ

By ETV Bharat Odisha Team

Published : Sep 26, 2023, 9:16 AM IST

Updated : Sep 26, 2023, 12:54 PM IST

କୂଳ ଲଂଘୁଛି ମହାନଦୀ ବନ୍ୟାଜଳ । ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

କୂଳ ଲଂଘୁଛି ମହାନଦୀ
କୂଳ ଲଂଘୁଛି ମହାନଦୀ

କୂଳ ଲଂଘୁଛି ମହାନଦୀ

ବୌଦ୍ଧ:ବିପଦରେ ନଦୀକୂଳିଆ ଗ୍ରାମବାସୀ । କୂଳ ଲଂଘୁଛି ମହାନଦୀ ବନ୍ୟାଜଳ । ମହାନଦୀ ଆଁ ଭିତରକୁ ଚାଲିଯାଉଛି ଗାଁ । ନଦୀ କୂଳ ଲଂଘିବାରୁ ଭୟଭୀତ ଅବସ୍ଥାରେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗ୍ରାମବାସୀ । ଜିଲ୍ଲାର ବାଉଁଶୁଣୀ, ତାଟରକିଲା, ତେନ୍ତୁଳି ପାଲି,ପୋଡ଼ଖାଲ ଅଞ୍ଚଳ ଏକ ପ୍ରାଚୀନ ଜନପଦ ହୋଇଥିବା ବେଳେ ବର୍ତ୍ତମାନ ମହାନଦୀ ଏସବୁ ଅଞ୍ଚଳ ପାଇଁ ଅଭିଶପ୍ତ ପାଲଟିଛି । ମହାନଦୀ କୂଳ ଧୀରେଧୀରେ ଖାଇଯାଉ ଥିବାରୁ ଏନେଇ ଆତଙ୍କିତ ଗ୍ରାମବାସୀ । ତେଣୁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ତେବେ ପ୍ରାଚୀନ ତଥା ଐତିହାସିକ ଅଞ୍ଚଳର ସୁରକ୍ଷାକୁ ନେଇ ବର୍ତ୍ତମାନ ଉଠିଛି ପ୍ରଶ୍ନବାଚୀ । ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ମହାନଦୀରେ ବନ୍ୟାଜଳ ଆସିଲେ ଉଭୟ ପ୍ରଶାସନିକ ଅଧିକାରୀ ଓ ରାଜନେତା ଏହି ଅଞ୍ଚଳର ସୁରକ୍ଷା କଥା ମନେପଡ଼େ । କିନ୍ତୁ ଦୀର୍ଘ ବର୍ଷ ହେଲା ମହାନଦୀ କୂଳରେ ଅବସ୍ଥିତ ଏହି ପ୍ରାଚୀନ ଜନପଦ ପ୍ରତି ବିପଦ ଧୀରେଧୀରେ ବଢିବାରେ ଲାଗିଛି । ମହାନଦୀ କୂଳରେ ଅବସ୍ଥିତ ଏକ ପ୍ରାଚୀନ ଅଞ୍ଚଳର ଅସ୍ତିତ୍ବ ହରାଇବାରେ ଲାଗିଛି । ଫଳରେ ମହାନଦୀ କୂଳରେ ଅବସ୍ଥିତ ବାଉଶୁଣୀର ଟିକିରାପଡା, ବଉଦିଆପଡା, ସୋନପୁରୀଆପଡା ଭଳି ବସ୍ତି ମହାନଦୀରେ ବନ୍ୟାଜଳ ପ୍ରବାହିତ ସମୟରେ ଅତ୍ୟନ୍ତ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥାଏ । ମହାନଦୀ କୂଳ ଧୀରେଧୀରେ ଖାଇଯାଉ ଥିବାରୁ ଏଠାରେ ବସବାସ କରୁଥିବା ଅଧିବାସୀମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।

ଏହା ମଧ୍ୟ ପଢନ୍ତୁ- ୪ ଦିନ ହେଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହିରିମୂଳ: ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ

ସେହିପରି ଅନ୍ୟପଟେ ମହାନଦୀ କୂଳରେ ଅବସ୍ଥିତ ଦ୍ବାଦଶ ଶତାଦ୍ଦୀରେ ନିର୍ମିତ ଶୈବପୀଠ ମଧ୍ୟ ଏକ ଐତିହାସିକ ମନ୍ଦିର । ଯାହା ଏବେ ମହାନଦୀ ଆଡ଼କୁ ଢଳି ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଗତ ବର୍ଷ ମହାନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ଉକ୍ତ ବସ୍ତି ଅଞ୍ଚଳରେ ୫୦ ଫୁଟରୁ ଅଧିକ ଘାଇ ସୃଷ୍ଟି ହୋଇ ବିପଦ ସୃଷ୍ଟି ହୋଇଛି । ଫଳରେ ବର୍ତ୍ତମାନ ଉଭୟ ବାଉଶୁଣୀର ୩ଟି ବସ୍ତି ଓ ଐତିହାସିକ ମନ୍ଦିର ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଫଳରେ କୌଣସି ସମୟରେ ମଧ୍ୟ ଅଘଟଣର ଆଶଙ୍କା ରହିଛି । ସେହିପରି ବହିରା ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିପାଲି ଗ୍ରାମ ମଧ୍ୟ ମହାନଦୀ କୂଳରେ ଅବସ୍ଥିତ ରହିଥିବା ବେଳେ ପ୍ରତ୍ୟେକ ବର୍ଷ ମହାନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ଏହାର କୂଳ ଖାଇବାରେ ଲାଗିଛି । ଏନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ମହାନଦୀ ତଟ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

ଇଟିଭି ଭାରତ, ବୌଦ୍ଧ

Last Updated : Sep 26, 2023, 12:54 PM IST

ABOUT THE AUTHOR

...view details