ଓଡିଶା

odisha

ସ୍ପିରିଟ କମ୍ପାନୀକୁ ତୀବ୍ର ବିରୋଧ, ବୌଦ୍ଧ ବନ୍ଦ ପାଇଁ ଚେତାବନୀ

By

Published : Aug 8, 2019, 2:31 AM IST

ମୁଖ୍ୟମନ୍ତ୍ରୀ ସ୍ପିରିଟ କମ୍ପାନୀକୁ ଲୋକାର୍ପଣ କରୁଥିବା ବେଳେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବୌଦ୍ଧ ଜିଲ୍ଲା ପ୍ରଶାସନକୁ ଏହା ବିରୁଦ୍ଧରେ କଡା ଆପତ୍ତି କରି ଚରମପତ୍ର ପ୍ରଦାନ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଜିଲ୍ଲାରେ ସ୍ପିରିଟ କମ୍ପାନୀକୁ ତୀବ୍ର ବିରୋଧ କରାଯାଉଛି । ଏହାକୁ ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ସଚେତନ ଯୁବକମାନେ ନାପସନ୍ଦ କରିଛନ୍ତି । ଆଜି ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଏହି କମ୍ପାନୀକୁ ଲୋକାର୍ପଣ କରୁଥିବା ବେଳେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବୌଦ୍ଧ ଜିଲ୍ଲାପ୍ରଶାସନକୁ ଏହା ବିରୁଦ୍ଧରେ କଡା ଆପତ୍ତି କରି ଚରମପତ୍ର ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ


ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତ ଅନ୍ତର୍ଗତ ତିତିରିକଟା ମୌଜାରେ ଲୋକଙ୍କ ସରଳତାର ସୁଯୋଗ ନେଇ ଶାଗ ମାଛ ଦରରେ ଜମି କିଣି ବୌଦ୍ଧ ଡିଷ୍ଟିଲେରୀ ନାମରେ ଏକ ସ୍ପିରିଟ କମ୍ପାନୀ ସ୍ଥାପନ କରାଯାଇଛି । ବୁଧବାର ଏହାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ଏଠାରେ କମ୍ପାନୀ ନିର୍ମାଣ ଦିନଠାରୁ ହିଁ ସ୍ଥାନୀୟ ଲୋକମାନେ ବିରୋଧ କରି ଆସୁଛନ୍ତି । ପରିବେଶ ମଞ୍ଜୁରୀ ସହିତ ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ପ୍ରସଙ୍ଗରେ ପୂର୍ବରୁ ଅନେକ ଥର ଲୋକେ ଆପତ୍ତି ଉଠାଇଥିଲେ ମଧ୍ୟ ପ୍ରଶାସନ କିମ୍ବା ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଏବେ କିନ୍ତୁ ଏହି କମ୍ପାନୀର ଦୈନିକ ଆବଶ୍ୟକତା ଥିବା 12 ଲକ୍ଷ ଲିଟର ପାଣିକୁ ନେଇ ଚାଷୀ, ବୁଦ୍ଧିଜୀବୀ ସହିତ ବିଭିନ୍ନ ସଂଗଠନମାନେ ତୀବ୍ର ବିରୋଧ କରିଛନ୍ତି । କମ୍ପାନୀ ନିକଟସ୍ଥ ଏକ ନାଳର ପାଣିକୁ ଶୋଷି କାମରେ ଲଗାଉଥିବାରୁ ଚାଷୀକୂଳ ଆପତ୍ତି ଉଠାଇଛନ୍ତି । ଚାଷକୁ ପାଣି ନିଅଣ୍ଟ ହେଉଥିବା ବେଳେ କମ୍ପାନୀକୁ ପାଣି ପାଇଁ କିଭଳି ଜଳ ଯୋଗାଣ ପାଇଁ ସ୍ବୀକୃତି ଦିଆଗଲା ଏବଂ ଏହା କଣ ଚାଷୀ ମାରଣ ନୀତି ନୁହେଁ କି ବୋଲି ପ୍ରଶ୍ନ ଉଠାଇଛନ୍ତି ଚାଷୀ ।

ଏହାକୁ ବିରୋଧ କରି ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଏକ ଚରମପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ତୁରନ୍ତ ଆବଶ୍ୟକ ପଦକ୍ଷେପ ପ୍ରଶାସନ ଗ୍ରହଣ ନକଲେ ଆଗାମୀ ଦିନରେ ପରିସ୍ଥିତି ଅଣାୟତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details