ବୌଦ୍ଧ: ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଦିଆଯାଉଥିବା ସୁଷମ ଖାଦ୍ୟ ସମ୍ପର୍କରେ ବୁଲି ଦେଖିଲେ ଜିଲ୍ଲାପାଳ । ବୌଦ୍ଧ ଜିଲ୍ଲାର ଅନ୍ୟତମ ଦୁର୍ଗମ ପଞ୍ଚାୟତ ଟିକରପଡାର ଅନେକ ଅଞ୍ଚଳକୁ ଯୋଗାଯୋଗ ସାମାନ୍ୟ ହୋଇପାରିନାହିଁ । ବିଶେଷ ଭାବରେ ମଲ୍ଲିକପଡା ଅଞ୍ଚଳର ଦମଣ୍ଡା, ଲକଡପାଜୁ, ସାଲଦରଙ୍ଗା ଭଳି ଅନେକ ଅଞ୍ଚଳକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ ।
ଫଳରେ ଏସବୁ ଅଞ୍ଚଳରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ସୁଷମ ଖାଦ୍ୟକୁ ନେଇ ସମସ୍ୟା ଉପୁଜିଥାଏ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିଶୁ ଓ ମହିଳା ବିଭାଗ ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇ ପୋଷଣ ଦିବସର ଆୟୋଜନ କରାଯାଇଥିଲା । ଏଥିରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ କଞ୍ଚା ଓ ଶୁଖିଲା ସୁଷମ ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା ।