ଓଡିଶା

odisha

ଦଳିତ ମହିଳାଙ୍କୁ ହତ୍ୟା ଧମକ, ଏସଡିପିଓଙ୍କ ହେଲେ ଦ୍ବାରସ୍ଥ

By

Published : Feb 1, 2021, 4:28 PM IST

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ପାଞ୍ଚପଡାର ଦଳିତ ଦମ୍ପତି ଓ ତାଙ୍କର ଏକ ୫ ବର୍ଷର ଶିଶୁକୁ ଧରି ଚାନ୍ଦବାଲି ଆରକ୍ଷୀ ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ ଆଗରେ ନ୍ୟାୟ ଓ ସୁରକ୍ଷା ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଦଳିତ ମହିଳାଙ୍କୁ ହତ୍ୟା ଧମକ, ଏସଡିପିଓଙ୍କ ଦ୍ବାରସ୍ଥ
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଦଳିତ ମହିଳାଙ୍କୁ ହତ୍ୟା ଧମକ, ଏସଡିପିଓଙ୍କ ଦ୍ବାରସ୍ଥ

ଭଦ୍ରକ: ଚାନ୍ଦବାଲି ଏନଏସି ପାଞ୍ଚପଡାର ଦଳିତ ଦମ୍ପତି ଓ ତାଙ୍କର ଏକ ୫ ବର୍ଷର ଶିଶୁକୁ ଧରି ଚାନ୍ଦବାଲି ଆରକ୍ଷୀ ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ ଆଗରେ ନ୍ୟାୟ ଓ ସୁରକ୍ଷା ଦାବି କରିଛନ୍ତି । ଜାନୁଆରୀ ୩ ତାରିଖରେ ପାଞ୍ଚପଡା ୱାର୍ଡର ଜମିଜମା ବିବାଦକୁ ନେଇ ରମେଶ ଦାସ ଓ ସୁବାସ ଦାସଙ୍କ ପରିବାର ମଧ୍ୟରେ ହାତାହାତି ହେବା ସହ ମରଣାନ୍ତକ ଆକ୍ରମଣ ମଧ୍ୟ ହୋଇଥିଲା । ସେହି ସମୟରେ ସୁବାଷ ଦାସ ଘରେ ଦଳିତ ମହିଳା ଜଣକ ଠିକା ଶ୍ରମିକ ଭାବେ ଗୋରୁ ଗାଇଙ୍କ ରକ୍ଷଣା ବେକ୍ଷଣ କାର୍ଯ୍ୟ କରୁଥିଲେ । ସୁବାଷ ଦାସଙ୍କର ପ୍ରତିପକ୍ଷ ରମେଶ ଦାସଙ୍କ ପରିବାର ଲୋକେ ସୁବାଷ ଦାସଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିବା ସହ ଦଳିତ ମହିଳାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଦଳିତ ମହିଳାଙ୍କୁ ହତ୍ୟା ଧମକ, ଏସଡିପିଓଙ୍କ ଦ୍ବାରସ୍ଥ

ପ୍ରତିପକ୍ଷ ଆକ୍ରମଣରେ ଶିକାର ହୋଇ ଦଳିତ ମହିଳାଙ୍କ ଡାହାଣ ହାତଟି ଭାଙ୍ଗି ଯିବା ସହ ସେ ଚାନ୍ଦବାଲି ମେଡିକାଲ ପରେ ଭଦ୍ରକ ସ୍ଥାନାନ୍ତର ହୋଇ ଚିକିତ୍ସିତ ହେଇଥିଲେ । ଦଳିତ ମହିଳା ଜଣଙ୍କ ଚାନ୍ଦବାଲି ଥାନାରେ ଅଭିଯୋଗ କରିବା ପରେ ରମେଶ ଦାସ ପରିବାର ଲୋକେ ଏବେ କେଶ ଉଠାଇ ନେବାକୁ କହି ଧମକ ଦେବା ସହ ଦଳିତ ମହିଳାଙ୍କ ସ୍ବାମୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବାପରେ ଦଳିତ ମହିଳା ଜଣଙ୍କ ଭୟଭୀତ ହୋଇଯାଇ ଚାନ୍ଦବାଲି ଉପଖଣ୍ଡ ଆରକ୍ଷୀ (ଏସଡିପିଓ)ଙ୍କ ନିକଟରେ ଗୁହାରୀ କରି ନ୍ୟାୟ ଭିକ୍ଷା କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details