ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି ଟେଲି ମେଡିସିନ ସେବା । ଟ୍ବିଟ୍ ଯୋଗେ ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ ।
କୋରୋନା ମହାମାରୀ ଭଳି ସଙ୍କଟଜନକ ସମୟରେ ଜିଲ୍ଲାବାସୀଙ୍କୁ ଘରେ ବସି ସ୍ବାସ୍ଥ୍ୟ ସେବା ଯୋଗାଇବା ଓ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଏହି ସେବାର ଶୁଭାରମ୍ଭ ହୋଇଛି । ଏଥିପାଇଁ ଡାକ୍ତରଖାନା ପକ୍ଷରୁ ଦୁଇଟି ମୋବାଇଲ ନମ୍ବର ଜିଲ୍ଲାବାସୀଙ୍କ ପାଇଁ ଜାରି କରାଯାଇଛି । ନମ୍ବର ଗୁଡିକ ହେଲା ୭୬୫୫୦୫୦୮୬୭ ଓ ୭୬୫୫୦୫୦୮୬୮ । ଏହି ନମ୍ବର ମାଧ୍ୟମରେ ଲୋକମାନେ ଫୋନ କରି ରୋଗ ଜଣାଇ ଔଷଧର ନାମ ଓ ଆବଶ୍ୟକ ପରାମର୍ଶ ନେଇପାରିବେ ବୋଲି ସୂଚନା ମିଳିଛି ।