ଓଡିଶା

odisha

ଭଦ୍ରକରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, 7 ଆହତ

By ETV Bharat Odisha Team

Published : Sep 4, 2023, 7:49 AM IST

ଭଦ୍ରକ ରାଣୀପୁର ଠାରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହେବାରୁ 7 ଆହତ । ଅଧିକ ପଢନ୍ତୁ

clash erupts
clash erupts

group clash in bhadrak

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ଆକ୍ରମଣ ହେବାରୁ 7 ଜଣ ଆହତ ହୋଇଥିବା ସୂଚନା । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅନ୍ତର୍ଗତ ରାଣୀପୁର ଠାରେ । ଆହତଙ୍କ ମଧ୍ୟରୁ 2 ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ସ୍ଥାନୀୟ ଅଞ୍ଚଳର ରାଜା ନାୟକଙ୍କ ଗୋଷ୍ଠୀ ଏବଂ ମୁରଲୀଧର ନାୟକଙ୍କ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତା ରହି ଆସିଛି । ଅନେକ ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ ଛୋଟ ଛୋଟ ଘଟଣାକୁ ନେଇ ବିବାଦ ଲାଗି ରହିଥିଲା । ଆଗରପଡା ଥାନା ପୋଲିସ ପକ୍ଷରୁ ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ-ପ୍ରେମ ପାଇଁ ଗୋଷ୍ଠୀ ସଂଘର୍ଷ: ୧୦ ଅଟକ, ୨ ସେକ୍ସନ ପୋଲିସ ମୁତୟନ

ଏହାପରେ ପୁଣି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ରବିବାର ବିବାଦ ଦେଖା ଦେଇଥିଲା । ଏନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଆଗରପଡା ଥାନାରେ ଆପୋଷ ବୁଝାମଣା ମଧ୍ୟ ହୋଇଥଲା । ମାତ୍ର ବୁଝାମଣା ସାରି ଉଭୟ ଗୋଷ୍ଠୀ ଲୋକ ମାନେ ଘରକୁ ଫେରିବାର କିଛି ଘଣ୍ଟା ପରେ ରାଜା ନାୟକଙ୍କ ଗୋଷ୍ଠୀକୁ ଅପର ପକ୍ଷ ଗୋଷ୍ଠୀ ହଠାତ ସଂଘବଦ୍ଧ ହୋଇ ଘର ଭିତରେ ପଶି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଖବର ପାଇ ସଙ୍ଗେ ସଙ୍ଗେ ଆଗରପଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଥିଲା ।

ଏହା ମଧ୍ୟ ପଢନ୍ତୁ-ପଞ୍ଚାୟତ ଅଫିସରେ ତୁମୁଳକାଣ୍ଡ; ସରପଞ୍ଚ ଓ ପୂର୍ବତନ ସରପଞ୍ଚଙ୍କ ସ୍ବାମୀଙ୍କ ମଧ୍ୟରେ ସଂଘର୍ଷ

ଗୋଟିଏ ଗୋଷ୍ଠୀର 3 ଜଣ ପୁରୁଷ ଓ 2 ଜଣ ମହିଳା ଗୁରୁତର ଆହତ ହୋଇଥିବା ବେଳେ ପ୍ରତି ଆକ୍ରମଣରେ ଅନ୍ୟ ପକ୍ଷର ମୁରଲୀଧର ନାୟକ ଏବଂ ବାବୁନି ନାୟକ ଗୁରୁତର ଭାବେ ଆହତ ହୋଇଥିଲେ । ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କ ସ୍ବାସ୍ଥ୍ୟରେ କ୍ରମଶଃ ଅବନତି ହେବାରୁ ପରେ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟ ଗୋଷ୍ଠୀ ପକ୍ଷରୁ ଆଗରପଡ଼ା ଥାନାରେ ଲିଖିତ ଏତଲା ଦିଆଯିବା ପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details