ଓଡିଶା

odisha

ପୋଲିସ ଗାଡ଼ିରୁ ଚମ୍ପଟ ମାରିଲା ଅଭିଯୁକ୍ତ, ବିିଲ ଭିତରେ କାବୁ କଲା ପୋଲିସ

By

Published : Aug 22, 2022, 7:41 PM IST

ଭଦ୍ରକରେ ରାଜନୈତିକ ଶତୃତାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଏହି ଘଟଣାରେ ଆଜି ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ବେଳେ ଅଭିଯୁକ୍ତ ଜଣକ ଚମ୍ପଟ ମାରିଥିଲା । ପୋଲିସ ଅଭିଯୁକ୍ତକୁ ଗୋଡେଇ ଗୋଡେଇ ଶେଷରେ ଏକ ବିଲ ମଝିରେ କାବୁ କରିଥିଲା । ଅଧିକ ପଢ଼ନ୍ତୁ

ପୋଲିସ ଗାଡ଼ିରୁ ଚମ୍ପଟ ମାରିଲା ଅଭିଯୁକ୍ତ, ବିିଲ ଭିତରେ କାବୁ କଲା ପୋଲିସ
ପୋଲିସ ଗାଡ଼ିରୁ ଚମ୍ପଟ ମାରିଲା ଅଭିଯୁକ୍ତ, ବିିଲ ଭିତରେ କାବୁ କଲା ପୋଲିସ

ଭଦ୍ରକ: ପୋଲିସ ଗାଡ଼ିରୁ ଚମ୍ପଟ ମାରିଲା ଅଭିଯୁକ୍ତ । ପୋଲିସ ଅଭିଯୁକ୍ତକୁ ଗୋଡେଇ ଗୋଡେଇ ଶେଷରେ ଏକ ବିଲ ମଝିରେ କାବୁ କରିଥିଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାଁଶଡ଼ା ଥାନା ଅଞ୍ଚଳରେ । ଅଭିଯୁକ୍ତକୁ ଧରିବା ପାଇଁ ପ୍ରାୟ ୧ଘଣ୍ଟା ଧରି ପୋଲିସକୁ ନାକେଦମ ହେବାକୁ ପଡିଥିଲା ।

ପୋଲିସ ଗାଡ଼ିରୁ ଚମ୍ପଟ ମାରିଲା ଅଭିଯୁକ୍ତ, ବିିଲ ଭିତରେ କାବୁ କଲା ପୋଲିସ

ସୂଚନା ଅନୁସାରେ, ଭଦ୍ରକରେ ରାଜନୈତିକ ଶତୃତାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଚାନ୍ଦବାଲି ବ୍ଲକ ବାଁଶଡ଼ା ଥାନା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତରେ ରାଜନୈତିକ ଶତୃତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗୋଟିଏ ଗୋଷ୍ଠୀର ଜଣକୁ ଅନ୍ୟ ଗୋଷ୍ଠୀର କିଛି ସମର୍ଥକ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଗତ ଅଗଷ୍ଟ ୧୬ ତାରିଖରେ ବାଁଶଡ଼ା ଥାନାରେ ୧୧ ଜଣଙ୍କ ନାମରେ ଲିଖିତ ଅଭିଯୋଗ କରିଥଲେ ସମ୍ପୃକ୍ତ ବ୍ୟକ୍ତି । ଅଭିଯୋଗ ପରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ପୁଣି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରୁଥିଲା । ତେବେ ଏହି ସମୟରେ ମତୋ ଛକ ନିକଟରେ ଅଭିଯୁକ୍ତ ଜଣକ ପୋଲିସ ଆଖିରେ ଧୂଳି ଦେଇ ଗାଡ଼ିରୁ ଖସି ପଳାଇ ଯାଇଥିଲା । ଅଭିଯୁକ୍ତକୁ ଧରିବା ପାଇଁ ପ୍ରାୟ ୧ଘଣ୍ଟା ଧରି ପୋଲିସକୁ ନାକେଦମ ହେବାକୁ ପଡିଥିଲା । କିଛି ସମୟ ପରେ ବିଲକୁ ଦୌଡ଼ି ପଳାଉଥିଲା । ଶେଷରେ ପୋଲିସ ଅଭିଯୁକ୍ତକୁ ଗୋଡେଇ ଗୋଡେଇ ବିଲ ମଝିରେ କାବୁ କରିଥିଲା । ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details