ଓଡିଶା

odisha

ରୋଜଗାର ଜାଳିଦେଲେ ଦୁର୍ବୃତ୍ତ, ନ୍ୟାୟ ପାଇଁ ଗୁହାରୀ କରୁଛନ୍ତି ପୀଡିତ

By

Published : Mar 21, 2021, 4:33 PM IST

ଭଦ୍ରକ କାଁପଡା ପଞ୍ଚାୟତ ଅନ୍ତର୍ଗତ ତଳକାଁପଡା ଗାଁର ଗାଡି ପୋଡି ଘଟଣା । ଦୁଇ ମାସ ପରେ ବି ଅଭିଯୁକ୍ତଙ୍କୁ ଗିରଫ କରିପାରିନି ପୋଲିସ । ଅନଶନର ଚେତାବନୀ ଦେଲେ ପୀଡିତ ପରିବାର । ଅଧିକ ପଢନ୍ତୁ...

ରୋଜଗାର ଜାଳିଦେଲେ ଦୁର୍ବୃତ୍ତ, ନ୍ୟାୟ ପାଇଁ ଗୁହାରୀ କରୁଛନ୍ତି ପୀଡିତ
ରୋଜଗାର ଜାଳିଦେଲେ ଦୁର୍ବୃତ୍ତ, ନ୍ୟାୟ ପାଇଁ ଗୁହାରୀ କରୁଛନ୍ତି ପୀଡିତ

ଭଦ୍ରକ:ଜିଲ୍ଲା କାଁପଡା ପଞ୍ଚାୟତ ଅନ୍ତର୍ଗତ ତଳକାଁପଡା ଗାଁର ଗାଡି ପୋଡି ଘଟଣା । ଘଟଣାକୁ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି । ସେପଟେ ଅଭିଯୁକ୍ତମାନେ ପୀଡିତ ପରିବାରକୁ ପୁନଃ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ରୋଜଗାର ଜାଳିଦେଲେ ଦୁର୍ବୃତ୍ତ, ନ୍ୟାୟ ପାଇଁ ଗୁହାରୀ କରୁଛନ୍ତି ପୀଡିତ

ଖବର ଅନୁଯାୟୀ, ଦୁଇ ମାସ ତଳେ ତଳକାଁପଡା ଗ୍ରାମର ଶୁକଦେବ ମଳିକଙ୍କ ଏକ ଟାଟା ମ୍ୟାଜିକ ଯାତ୍ରୀବାହୀ ଗାଡିକୁ କିଛି ଦୁର୍ବୃତ୍ତ ପୋଡି ଦେଇଥିଲେ । ଏନେଇ ପୀଡିତଙ୍କ ଅଭିଯୋଗକୁ ଭିତ୍ତି କରି ତିହିଡି ଥାନା ପୋଲିସ ପକ୍ଷରୁ ଥାନାରେ 19 ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା । ହେଲେ ଅଦ୍ୟାବିଧି ସେମାନଙ୍କୁ ଗିରଫ କରିବାରେ ଅସମର୍ଥ ହୋଇଛି ପୋଲିସ । ଅନ୍ୟପକ୍ଷରେ ପୀଡିତ ପରିବାରର ସଦସ୍ୟଙ୍କୁ ସମ୍ପୃକ୍ତ ଅଭିଯୁକ୍ତମାନେ ପୁଣି ସଙ୍ଘବଦ୍ଧ ଆକ୍ରମଣ କରିଥିବା ଜଣାପଡିଛି । ଯେଉଁଥିରେ ପୀଡିତଙ୍କ ପତ୍ନୀ ଆହତ ହୋଇଛନ୍ତି । ତେବେ ଗାଡି ପୋଡି ଘଟଣାରେ ପୀଡିତ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ନେଇ ପୁନଃ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି ।

ତେବେ ପରିବାରର ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଆକ୍ରମଣର ଶିକାର ମହିଳା ମିନତୀ ମଳିକ ପୁଣିଥରେ ଥାନାରେ ଦ୍ବାରସ୍ଥ ହୋଇଛନ୍ତି । ଏହାସହ ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଥାନା ସମ୍ମୁଖରେ ସେ ପିଲାମାନଙ୍କୁ ନେଇ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ପୋଲିସର ନିଷ୍କ୍ରିୟତା ପାଇଁ ଅଭିଯୁକ୍ତମାନେ ପୁନଶ୍ଚ ଏପରି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗକାରିଣୀ ଅଭିଯୋଗ କରିଛନ୍ତି । ଏନେଇ ତିହିଡି ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ପଚାରିବାରୁ ଅଭିଯୋଗ ମୁତାବକ ତଦନ୍ତ ଚାଲୁଥିବା ସେ ପ୍ରତିକ୍ରିୟା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details