ଓଡିଶା

odisha

ବରଗଡ ତହସିଲ ଅଫିସରେ ସିବିଆଇ ଟିମ୍

By

Published : Jun 30, 2022, 10:00 PM IST

ବରଗଡ଼ ତହସିଲ ଅଫିସରେ ସିବିଆଇ ଟିମ । କ୍ରାଇମ ବ୍ରାଞ୍ଚ ଡିଏସପି ଭାବରେ କାର୍ଯ୍ୟରତ କର୍ମଚାରୀଙ୍କ ଜାତିଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ଆଜି ବରଗଡ଼ ତହସିଲ ଅଫିସକୁ ତଦନ୍ତ ପାଇଁ ପହଁଞ୍ଚଥିଲେ ସିବିଆଇ ଟିମ । ଅଧିକ ପଢ଼ନ୍ତୁ

ବରଗଡ଼ ତହସିଲ ଅଫିସରେ ସିବିଆଇ
ବରଗଡ଼ ତହସିଲ ଅଫିସରେ ସିବିଆଇ

ବରଗଡ଼ : ବରଗଡ଼ ତହସିଲ ଅଫିସରେ ସିବିଆଇ ଟିମ । କ୍ରାଇମ ବ୍ରାଞ୍ଚ ଡିଏସପି ଭାବରେ କାର୍ଯ୍ୟରତ କର୍ମଚାରୀଙ୍କ ଜାତିଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ଆଜି ବରଗଡ଼ ତହସିଲ ଅଫିସକୁ ତଦନ୍ତ ପାଇଁ ପହଁଞ୍ଚଥିଲେ ସିବିଆଇ ଟିମ । ଦୀର୍ଘ ୩ ଘଣ୍ଟା ଧରି ବରଗଡ଼ ତହସିଲ ଅଫିସରେ ତଦନ୍ତ କରିବା ପରେ ଜରୁରୀ ଦସ୍ତାବିଜ ନେଇ ଫେରିଛନ୍ତି ଏହି ସିବିଆଇର ତଦନ୍ତକାରୀ ଦଳ ।

ବରଗଡ଼ ତହସିଲ ଅଫିସରେ ସିବିଆଇ

ସୂଚନା ଅନୁଯାୟୀ ବରଗଡ଼ ନୀବାସୀ ରମେଶ ଚନ୍ଦ୍ର ଦୋରା ୧୯୯୮ ମସିହାରେ ପୋଲିସ ବିଭାଗରେ ଚାକିରେ ଯୋଗଦାନ କରିଥିବା ବେଳେ ବର୍ତ୍ତମାନ ସେ କ୍ରାଇମ ବ୍ରାଞ୍ଚରେ ଡିଏସପି ଭାବରେ କାର୍ଯ୍ୟକରୁଛନ୍ତି । ତେବେ ଦୋରା ଜାଲିଆତି ଜାତିଗତ ପ୍ରମାଣ ପତ୍ର ସାହାଯ୍ୟରେ ବେଆଇନ ଭାବେ ଚାକିରି କରୁଥିଲେ । ସମସ୍ତ ପ୍ରକାରର ସରକାରୀ ସୁବିଧାକୁ ଭୋଗ କରୁଥିବା ନେଇ ପ୍ରଥମେ ୨୦୦୪ ମସିହାରେ ରାୟଗଡାର ଗୁଟାରୀ ପୋଲିସ ଷ୍ଟେସନରେ ସବ ଇନସ୍ପେକ୍ଟର ଭାବେ କାମ କରୁଥିଲେ ।

ସେହି ସମୟରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲା ଏବଂ ୨୦୨୧ ମସିହାରେ ପୁଣି ଥରେ ଏନେଇ ଅଭିଯୋଗ ହୋଇଥିଲେ ସୁଦ୍ଧା ତଦନ୍ତକାରୀ ଅଫିସର ମାନେ ପକ୍ଷପାତିତା ତଦନ୍ତ କରିଥିବା ନେଇ ଅସନ୍ତୋଷ ପ୍ରକାଶ କରି ଦୋରାଙ୍କ ନାମରେ ସିବିଆଇ ଠାରେ ଅଭିଯୋଗ କରିଥିଲେ ଓକିଲ ସୁରେନ୍ଦ୍ର ମହାପାତ୍ର ।

ଏହି ଅଭିଯୋଗକୁ ଆଧାର କରି ଆଜି ବରଗଡ଼ ତହସିଲ ଅଫିସକୁ ସିବିଆଇର ଏକ ଟିମ ଆସି ତଦନ୍ତ ଆରମ୍ଭ କରିଥିଲେ । ରମେଶ ଦୋରାଙ୍କୁ ବରଗଡ଼ ତହସିଲ ଅଫିସରୁ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବାରୁ ତହସିଲ ଅଫିସରେ ସିବିଆଇ ପକ୍ଷରୁ ଆଜି ତଦନ୍ତ କରାଯାଇଥିଲା ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details