ଓଡିଶା

odisha

ପୋଲ ତଳକୁ ଖସିଲା ଅଟୋ, ଚାଲିଗଲା 2 ଜୀବନ

By

Published : Feb 17, 2021, 10:18 AM IST

Updated : Feb 17, 2021, 2:04 PM IST

ବରଗଡ ଜିଲ୍ଲା ସୋର୍ଣ୍ଣାପାଲି ଠାରେ ପୋଲ ଉପରୁ 15 ଫୁଟ ତଳକୁ ଖସିଲା ଅଟୋ । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ପୋଲ ତଳକୁ ଖସିଲା ଅଟୋ
ପୋଲ ତଳକୁ ଖସିଲା ଅଟୋ

ବରଗଡ:ପୋଲ ତଳକୁ ଖସିଲା ଅଟୋ । ବରଗଡ ଜିଲ୍ଲା ରୁହୁଣିଆ ଗ୍ରାମରୁ ବାହାଘରରେ ଯୋଗ ଦେଇ ଫେରୁଥିବା ବେଳେ ଅଟୋଟି ପୋଲ ତଳକୁ ଖସି ପଡିଛି । ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନାଅନୁସାରେ, ବରଗଡ଼ ରୁହୁଣିଆ ଗ୍ରାମରୁ ବିଜେପୁର ଚମାରପଡ଼ାକୁ ଏକ ବାହାଘରରେ ଯୋଗ ଦେଇ ସାତଜଣ ଗୋଟିଏ ଅଟୋରେ ଫେରୁଥିଲେ । ବରଗଡ ରାସ୍ତାରେ ସୋର୍ଣ୍ଣାପାଲି ଗ୍ରାମର ପାଖରେ ଏକ ପୋଲ ନିକଟରେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପୋଲ ଉପରୁ 15ଫୁଟ ତଳକୁ ଖସି ଯାଇଥିଲା ଅଟୋ ।

ପୋଲ ତଳକୁ ଖସିଲା ଅଟୋ

ଅଟୋରେ ଥିବା ସାତଜଣଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ପାଞ୍ଚଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ପଠାଯାଇଛି । ବିଜେପୁର ପୋଲିସ ଅଟୋଟିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Feb 17, 2021, 2:04 PM IST

ABOUT THE AUTHOR

...view details