ବଲାଙ୍ଗୀର: ଜିଲ୍ଲାରେ ଆଜି(ରବିବାର) ଦ୍ବିତୀୟ ଦିନରେ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଜାରି ରହିଛି । ବଲାଙ୍ଗୀରର 14ଟି ଜିଲ୍ଲା ପରିଷଦ ଜୋନରେ ଆଜି(ରବିବାର) ଏହି ଗଣତି ଜାରି ରହିଛି । କେବଳ ବଲାଙ୍ଗୀର ଆଗଲପୁର ବ୍ଲକରେ ଗତକାଲିର ଭୋଟ ଗଣତି ଆଜି ଅପରାହ୍ନ ଦୁଇଟାରେ ସରିଥିବାବେଳେ ଆଜିର ଭୋଟ ଗଣତି ସେଥିଯୋଗୁଁ ବିଳମ୍ବରେ ଅର୍ଥାତ୍ 2ଟା 30 ମିନିଟରେ ଆରମ୍ଭ ହୋଇଥିଲା ।
ତେବେ ଆଜି ମଧ୍ୟ 14ଟି ଜିଲ୍ଲା ପରିଷଦ ଜୋନରୁ ୮ଟିରେ ବିଜେଡି ଆଗୁଆ ରହିଛି । ଜୋନ୍ ନମ୍ବର 21, 6, 34 ଓ 8ରେ ବିଜେପି ଆଗୁଆ ରହିଥିଲା । ସମାନ ଭାବରେ ତୁରେକେଲା ଜୋନ ନମ୍ବର୍ 11ରୁ କଂଗ୍ରେସ ପାର୍ଥୀ ତଥା ମୃତ ମମିତା ମେହେରଙ୍କ ବଡ଼ ବାପା କୌସିକ ମେହେର ଆଗୁଆ ଅଛନ୍ତି । ତେବେ ଗତକାଲିର ଭୋଟ ଗଣତିର ବିଜେଡି ବଲାଙ୍ଗୀରର କଂଗ୍ରେସ ତଥା ବିଜେପି ଗଡରେ ମଧ୍ୟ ସଫଳ ହୋଇ ନିଜ ବାନା ଉଡାଇଛି ।