ବଲାଙ୍ଗୀର: ଗୁଣିଗାରେଡ଼ି ମାଧ୍ୟମରେ ଜୀବନ ନେଇଗଲେ ଜଣେ ବୃଦ୍ଧଙ୍କର । ପରେ ହତ୍ୟାକରି ଜଙ୍ଗଲରେ କ୍ଷତବିକ୍ଷତ ଶରୀରକୁ ଫିଙ୍ଗିଦେଇଥିଲେ । ଆଉ ପରେ ପୋଲିସ ବଲାଙ୍ଗୀର ତୁରେକେଲା ଜଙ୍ଗଲରୁ କ୍ଷତବିକ୍ଷତ ବୃଦ୍ଧଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ମଙ୍ଗଳବାର ଏହି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ତେବେ ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି ପୋଲିସ । ଏହି ହତ୍ୟା ଘଟଣାରେ ଦୁଇ ଜଣ ହତ୍ୟାକାରୀକୁ ଗିରଫ କରିଛି ପୋଲିସ ।
ସୂଚନାନୁସାରେ ଚଳିତ ମାସ ୧୫ ତାରିଖ ତୁରେକେଲା ଥାନା ମହୁଲପାଟି ଗାଁ ପାଖ ଜଙ୍ଗଲରୁ ଜଣେ ଅଚିହ୍ନା ବୃଦ୍ଧଙ୍କ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା ତୁରେକେଲା ପୋଲିସ । ପ୍ରାଥମିକ ତଦନ୍ତରୁ ଏବଂ ସାଇଣ୍ଟିଫିକର ତଦନ୍ତ ପରେ ଏହା ସୁକଳ୍ପିତ ହତ୍ୟା ବୋଲି ପୋଲିସ ସନ୍ଦେହ କରିଥିଲା । ପ୍ରଥମେ ମୃତକ ବୃଦ୍ଧଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ମୃତକଙ୍କ ପରିଚୟ ଖୋଜିଥିଲା । ତେବେ ମୃତକଙ୍କ ପରିଚୟ ମିଳିବା ସହ ତାକୁ ହତ୍ୟା କରିଥିବା ଦୁଇ ଜଣଙ୍କୁ ଗିରଫ କରିଛି ତୁରେକେଲା ପୋଲିସ ।