ଓଡିଶା

odisha

ବଲାଙ୍ଗୀର ଆଦିବାସୀ କଲ୍ୟାଣ ସଂଘ ମଧ୍ୟରେ ଫାଟ

By ETV Bharat Odisha Team

Published : Oct 2, 2023, 9:19 AM IST

ବଲାଙ୍ଗୀର ଆଦିବାସୀ କଲ୍ୟାଣ ସଂଘ ମଧ୍ୟରେ ବିବାଦ । ସଂଘର ମୁଖ୍ୟ ଭାବେ 2 ପ୍ରମୁଖ ନେତା ନିଜକୁ ଦାବିଦାର କହୁଥିବା ବେଳେ କିଏ ପ୍ରକୃତ ନେତା ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ନିରଞ୍ଜନ ବିଶି ବିଜେଡିରେ ମିଶି ରାଜ୍ୟସଭା ସାଂସଦ ହେବା ପରେ ଆଦିବାସୀ କଲ୍ୟାଣ ସଂଘ 2 ଭାଗ ହୋଇଥିବା ଚର୍ଚ୍ଚା ହେଉଛି । ଅଧିକ ପଢ଼ନ୍ତୁ

ବଲାଙ୍ଗୀର ଆଦିବାସୀ କଲ୍ୟାଣ ସଂଘ ମଧ୍ୟରେ ଫାଟ
ବଲାଙ୍ଗୀର ଆଦିବାସୀ କଲ୍ୟାଣ ସଂଘ ମଧ୍ୟରେ ଫାଟ

ବଲାଙ୍ଗୀର ଆଦିବାସୀ କଲ୍ୟାଣ ସଂଘ ମଧ୍ୟରେ ଫାଟ

ବଲାଙ୍ଗୀର:ବଲାଙ୍ଗୀର ଆଦିବାସୀ କଲ୍ୟାଣ ସଂଘ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ସଂଘର ମୁଖ୍ୟ ଭାବେ 2 ପ୍ରମୁଖ ନେତା ନିଜକୁ ଦାବିଦାର କହୁଥିବା ବେଳେ କିଏ ପ୍ରକୃତ ନେତା ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ନିରଞ୍ଜନ ବିଶି ବିଜେଡିରେ ମିଶି ରାଜ୍ୟସଭା ସାଂସଦ ହେବା ପରେ ଆଦିବାସୀ କଲ୍ୟାଣ ସଂଘ 2 ଭାଗ ହୋଇଥିବା ଚର୍ଚ୍ଚା ହେଉଛି ।

ବଲାଙ୍ଗୀର ଆଦିବାସୀ କଲ୍ୟାଣ ସଂଘ ମଧ୍ୟରେ ଫାଟ । 2 ପ୍ରମୁଖ ନେତା ନିଜକୁ ଦାବିଦାର ଭାବେ ଉପସ୍ଥାପନ କରୁଥିବା ବେଳେ କିଏ ପ୍ରକୃତ ଆଦିବାସୀ କଲ୍ୟାଣ ସଂଘ ତାକୁ ନେଇ ବିବାଦ ଦେଖିବାକୁ ମିଳିଛି । ତେବେ 2 ନେତା ପରସ୍ପର ବିରୋଧରେ ସ୍ବର ଶାଣିତ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ସଭାସମିତିରେ ପରସ୍ପର ବିରୋଧରେ ବିଷ ଓଗାଳୁଛନ୍ତି ।


କିଛି ଦିନ ପୂର୍ବରୁ ପ୍ରଥମେ ଆଦିବାସୀଙ୍କ ନ୍ୟାର୍ଯ୍ୟ ଦାବି ନେଇ ସାଂସଦ ନିରଞ୍ଜନ ବିଶି ସମର୍ଥିତ ସଂଘ ବା ଆଦିବାସୀ ମାନେ ରାଜରାସ୍ତାକୁ ଓଲ୍ହାଇଥିଲେ । ଏବଂ ନକଲି ଆଦିବାସୀ, ଜଙ୍ଗଲ ଜମି ଅଧିକାର ଭଳି ଏକାଧିକ ଦାବି ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନାଁରେ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ସେପଟେ ଏହାର ଦିନକ ପରେ ସତ୍ୟ ଭୋଇ ନିଜେ ଓ ତାଙ୍କ ସମର୍ଥିତ ଆଦିବାସୀ ମାନେ ଏମାନଙ୍କୁ କାଉଣ୍ଟର କରି ସମାନ ଆନ୍ଦୋଳନ କରିଥିଲେ। ଏବଂ ଆଦିବାସୀ ର ନ୍ୟାର୍ଯ୍ୟ ଦାବି ନେଇ ସରକାରଙ୍କୁ ସେହି ଆଦିବାସୀ କଲ୍ୟାଣ ସଂଘ ନାଁରେ ଦାବି ପତ୍ର ପ୍ରଦାନ କରିଥିଲେ। ତେବେ ଆଦିବାସୀ କଲ୍ୟାଣ ସଂଘକୁ ନେଇ ଏବେ ଦ୍ଵନ୍ଦ୍ୱ ଦେଖା ଦେଇଛି। ଏବଂ କିଏ ଅସଲି ଓ କିଏ ନକଲି ବୋଲି ସବୁଠୁ ବଡ ପ୍ରଶ୍ନ ଛିଡା ହୋଇଛି।

ଆଦିବାସୀ ନେତା ସତ୍ୟ ଭୋଇ କହିଛନ୍ତି ଯେ, ଆଦିବାସୀ ପ୍ରକୃତିକୁ ପୂଜା କରେ ଏବଂ ତାର ସଂସ୍କୃତି ପରମ୍ପରା ମଧ୍ୟ ଭିନ୍ନ ଅଟେ । ଅନ୍ୟପଟେ ନିରଞ୍ଜନ ବିଶି କିଛି ନକଲି ଆଦିବାସୀଙ୍କୁ ଆଣି ରାସ୍ତାରେ କୀର୍ତ୍ତନ କରାଉଛନ୍ତି ବୋଲି ସେ କହିଛନ୍ତି। ତେବେ ଯେଉଁ ନେତା ମାନେ ଦିନେ ଆଦିବାସୀ ନାଁରେ ସରକାର ବିରୋଧରେ ଗର୍ଜୁଥିଲେ, ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ କୁଶ ପୁତ୍ତଳିକା ଦାହ କରିବା ସହ ନିର୍ବାଚନ ବୟକଟ କରିଥିଲେ । ସେମାନେ ଏବେ ସରକାରୀ ଦଳ ସହିତ ହାତ ମିଶାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସେ କହିଛନ୍ତି । ଏପରିକି ନିଜେ ନିରଞ୍ଜନ ବିଶି ସରକାରୀ ଦଳର ହାତ ଧରି ଆଦିବାସୀଙ୍କୁ ପ୍ରତାରିତ କରିଥିବା ଅଭିଯୋଗ କରିଛନ୍ତି । ଏବଂ ଜିଲ୍ଲାର ସବୁ ଆଦିବାସୀ ତାଙ୍କ ସାଙ୍ଗରେ ଥିବା ଦାବି କରିଛନ୍ତି ଆଦିବାସୀ ନେତା ସତ୍ୟ ଭୋଇ ।

ଏହାମଧ୍ୟ ପଢନ୍ତୁ..ଆଦିବାସୀଙ୍କ ବିକାଶରେ ରାଜ୍ୟକୁ ସହଯୋଗ କରୁନି କେନ୍ଦ୍ର: ବିଜେଡି

ଅନ୍ୟପଟେ ଆଦିବାସୀ ନେତା ଶ୍ୟାମ ସୁନ୍ଦର ଭୋଇ କହିଛନ୍ତି ଯେ, ସତ୍ୟ ଭୋଇ ଆଦିବାସୀ ସଂଘରେ ଫାଟ କରିବାକୁ ଚେଷ୍ଟା କରିଛନ୍ତି । ଏବଂ ସେ କିଛି ଆଦିବାସୀ ସମାଜ ବାହାର ଲୋକଙ୍କୁ ନେଇ ନିଜକୁ ନେତା କହୁଛନ୍ତି । ତେବେ ଜିଲ୍ଲା ଆଦିବାସୀ ସଂଘର ଏବେ ସେ ସଭାପତି ଓ ସତ୍ୟ ଭୋଇ କେହି ନୁହନ୍ତି ବୋଲି କହିଛନ୍ତି।

ସେହିପରି ଆଦିବାସୀ ନେତା ତଥା ସାଂସଦ ନିରଞ୍ଜନ ବିଶି କହିଛନ୍ତି ଯେ, ଜିଲ୍ଲାର ଲକ୍ଷରୁ ଅଧିକ ଆଦିବାସୀ ତାଙ୍କ ସହିତ ଅଛନ୍ତି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଗୋଟିଏ ହୋଇ ଏବେ ବି ରହିଛି । ତେବେ ରାଜନୈତିକ ସ୍ୱାର୍ଥରୁ କିଛି ନେତା ଏହାକୁ ନିଜର କହୁଥିବାର ସେ କହିଛନ୍ତି ।

ତେବେ ସାଂସଦ ନିରଞ୍ଜନ ବିଶି, ଶ୍ୟାମ ସୁନ୍ଦର ଭୋଇ ଓ ସତ୍ୟ ଭୋଇ ଏମାନେ ସବୁ ଗୋଟିଏ ସମୟରେ ଏକ ଥିଲେ। ଏବଂ ଏବେ ଭିନ୍ନ ଭିନ୍ନ ହେବା ସହ ଆଦିବାସୀ କଲ୍ୟାଣ ସଂଘକୁ ନେଇ ତାଙ୍କ ମଧ୍ୟରେ ଟଣା ଓଟରା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ବଲାଙ୍ଗୀର,ଇଟିଭି ଭାରତ

ABOUT THE AUTHOR

...view details