ଓଡିଶା

odisha

Bear fell Into well: କୂଅରେ ପଡିଗଲା ଭାଲୁ, ଉଦ୍ଧାର ପାଇଁ ବିଭାଗ ନାକେଦମ

By

Published : Dec 8, 2021, 9:00 PM IST

ଆଖୁ ଖାଇବାକୁ ଆସି କୂଅରେ ପଡିଲା ଭାଲୁ (Bear fell into well)। ଉଦ୍ଧାର ପାଇଁ ବିଭାଗ ହେଲା ନାକେଦମ । ଅଧିକ ପଢନ୍ତୁ

Bear fell down in well
Bear fell down in well: କୂଅରେ ପଡିଗଲା ଭାଲୁ, ଉଦ୍ଧାର ପାଇଁ ବିଭାଗ ନାକେଦମ

ଅନୁଗୋଳ:ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଗଲା ଭାଲୁ (Bear fell into well) । ଉଦ୍ଧାର କରିବା ପାଇଁ ବନବିଭାଗ ହେଲା ନାକେଦମ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ।

ଛେଣ୍ଡିପଦା ବନାଞ୍ଚଳର ଝିନ୍ତିପାଳ ଗାଁରେ ଏକ କୂଅ ଭିତରୁ ଭାଲୁ ଉଦ୍ଧାର ହୋଇଛି । ଗାଁରେ ଆଖୁ ଖାଇବାକୁ ଆସିଥିବା ଭାଲୁଟି ହଠାତ ଏକ ଗଭୀର କୂଅ ଭିତରେ ପଡି ଯାଇଥିଲା। ସକାଳୁ କିଛି ଗ୍ରାମବାସୀ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ।

Bear fell down in well: କୂଅରେ ପଡିଗଲା ଭାଲୁ, ଉଦ୍ଧାର ପାଇଁ ବିଭାଗ ନାକେଦମ

ଫଳରେ ଖବର ପାଇ ବନ ବିଭାଗ ଏବଂ ଦମକଳ ବାହିନୀ ସେଠାରେ ପହଞ୍ଚି ଭାଲୁକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଦୀର୍ଘ ୪ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଭାଲୁଟି କୂଅ ଭିତରୁ ଉଦ୍ଧାର ହୋଇଥିଲା। ଭାଲୁ ଉଦ୍ଧାର କରିବା ପରେ ସେ ନିକଟସ୍ଥ ଜଙ୍ଗଲକୁ ପଳାଇଥିଲା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details