ଓଡିଶା

odisha

ଟ୍ରେନରେ କୋଇଲା ପରିବହନକୁ ଟ୍ରକ ମାଲିକଙ୍କ ବିରୋଧ

By

Published : Jan 4, 2021, 3:44 PM IST

ମାଲ ପରିବହନ ଟ୍ରେନରେ ନକରି ପୂର୍ବରୁ ଯେପରି କୋଇଲା ଟ୍ରକରେ ପରିବହନ ହେଉଥିଲା ସେହିଭଳି କରାଯାଉ ବୋଲି ଟ୍ରକ ମାଲିକ ମାନେ ଦାବି କରିଛନ୍ତି । ଅନୁଗୋଳ ଜିଲ୍ଲା ତାଳଚେରର ଟ୍ରକ ମାଲିକ ମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ନିକଟରେ ପ୍ରତିବାଦ କରିଛନ୍ତି । ଅଧିକ ପଢନ୍ତୁ...

ଅନୁଗୋଳ ଟ୍ରେନରେ କୋଇଲା ପରିବହନକୁ ଟ୍ରକ ମାଲିକଙ୍କ ବିରୋଧ
ଅନୁଗୋଳ ଟ୍ରେନରେ କୋଇଲା ପରିବହନକୁ ଟ୍ରକ ମାଲିକଙ୍କ ବିରୋଧ

ଅନୁଗୋଳ: ଜିଲ୍ଲାର ତାଳଚେରରୁ ଟ୍ରେନରେ କୋଇଲା ପରିବହନକୁ ବିରୋଧ କରିଛନ୍ତି ଟ୍ରକ ମାଲିକ ମାନେ । କେନ୍ଦ୍ର ସରକାର ଏବେ ଟ୍ରେନ ୱାଗନ ଯୋଗେ କୋଇଲା ପରିବହନ ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ଟ୍ରକ ମାଲିକ ମାନେ କ୍ଷତିରେ ପଡିବେ । ସେହି ଆଶଙ୍କାରେ ଆଜି(ସୋମବାର) ଅନୁଗୋଳ ଜିଲ୍ଲା ତାଳଚେରର ଟ୍ରକ ମାଲିକ ମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ ଅଫିସ ନିକଟରେ ପ୍ରତିବାଦ କରିଛନ୍ତି ।

ଅନୁଗୋଳ ଟ୍ରେନରେ କୋଇଲା ପରିବହନକୁ ଟ୍ରକ ମାଲିକଙ୍କ ବିରୋଧ

ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ, ସଡକ ପଥରେ କୋଇଲା ପରିବହନ କାରଯାଉ । ଯଦି ଟ୍ରେନ ଯୋଗେ ପରିବହନ କରାଯାଏ ତେବେ ଆଉ ଟ୍ରକ ଚାଲିବ ନାହିଁ ଫଳରେ ଟ୍ରକ ମାଲିକଙ୍କର କ୍ଷତି ହେବ । ଜଣେ କି ଦୁଇଜଣ ନୁହେଁ ଏହା ଦ୍ୱାରା ତାଳଚେର ଆଠହଜାରରୁ ଅଧିକ ଟ୍ରକ ମାଲିକ କ୍ଷତିରେ ପଡିବା ସହ ପରୋକ୍ଷରେ 20 ହଜାର ପରିବାର ନିଜର ଜୀବିକା ହରାଇବେ । ପୂର୍ବରୁ ଯେପରି କୋଇଲା ଟ୍ରକରେ ପରିବହନ ହେଉଥିଲା ସେହିଭଳି କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

ଅନୁଗୋଳ ଟ୍ରେନରେ କୋଇଲା ପରିବହନକୁ ଟ୍ରକ ମାଲିକଙ୍କ ବିରୋଧ

ଏନେଇ ସେମାନେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଜଣାଇଛନ୍ତି । ଯଦି ସରକାର ନିଷ୍ପତ୍ତି ନବଦଳାନ୍ତି ତେବେ ଆସନ୍ତା 11 ତାରିଖରେ ସେମାନେ ରେଳ ରୋକ କରିବେ ବୋଲି ଧମକ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details