ଅନୁଗୋଳ: ରବିବାର ଜିଲ୍ଲାର ସରାକାରୀ ମହାବିଦ୍ୟାଳୟରେ ଓୟୁଏଟି ପ୍ରବେଶିକା ପରୀକ୍ଷା ଆୟୋଜନ ହୋଇଯାଇଛି । ତେବେ କୋଭିଡ କଟକଣା ମଧ୍ୟରେ ପରୀକ୍ଷା ଶେଷ ହୋଇଥିବା ବେଳେ କଲେଜ ବାହାରେ ଓ ଭିତରେ ବ୍ୟାପକ ପୋଲିସ ମୂତୟନ ହୋଇଥିଲେ ।
ସମସ୍ତ ପ୍ରକାର ନିୟମ ପାଳନ କରି ଓୟୁଏଟି ପ୍ରବେଶିକା ପରୀକ୍ଷା ଜିଲ୍ଲାରେ ଆୟୋଜିତ ହୋଇଥିଲା । ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ମାସ୍କ, ଗ୍ଲୋବସ୍ ପିନ୍ଧି ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ ବାଧ୍ୟ କରାଯାଇଥିଲା । ପ୍ରବେଶ ପୁର୍ବରୁ ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହିତ ପରୀକ୍ଷାର୍ଥୀମାନେ ସାନିଟାଇଜିଂ କରି ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ ।