ଆବୁଧାବି:ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପରେ ଆଜି(ବୁଧବାର) ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମୁକାବିଲା । ୨୦୧୯ ଦିନିକିଆ ବିଶ୍ବକପ ଫାଇନାଲ ଫଳାଫଳ ଏବେ ଯାଏଁ କ୍ରିକେଟ ପ୍ରେମୀଙ୍କ ମନରୁ ଲିଭିନାହିଁ ଏହାରି ଭିତରେ ପୁଣି ଆଉ ଏକ ବିଶ୍ବକପରେ ସାମ୍ନାସାମ୍ନି ହେବେ ଏହି ଦୁଇ ଦଳ । ଆଜିର ଏହି ମ୍ୟାଚ ଦମଦାର ହେବ ନିଶ୍ଚୟ ।
ନ୍ୟୁଜିଲାଣ୍ଡ ପ୍ରଥମ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଟାଇଟଲ ଜିତିଛି । ଇଂଲଣ୍ଡ ମଧ୍ୟ ସବୁ ଫର୍ମାଟରେ ଆଧିପତ୍ୟ ଜାରି ରଖିଛି । ଦିନିକିଆ ବିଶ୍ବକପରେ ଇଂଲଣ୍ଡ ବିଜୟୀ ହୋଇଥିଲା । ନ୍ୟୁଜିଲାଣ୍ଡ ପାଇଁ ଦିନିକିଆ ବିଶ୍ବକପ ଫାଇନାଲ ପରାଜୟର ପ୍ରତିଶୋଧ ନେବାର ସମୟ ଆସିଛି । ଦଳ ମଧ୍ୟ ଫୁଲ ପ୍ରସ୍ତୁତି କରିଛି । ମୁଖ୍ୟ ଖେଳାଳିମାନେ ଫର୍ମକୁ ଫେରିଛନ୍ତି । ପେସ ବୋଲର ଟ୍ରେଣ୍ଟ ବୋଲ୍ଟ ସୁପର-୧୨ ରାଉଣ୍ଡରେ ସର୍ବାଧିକ ୧୧ଟି ୱିକେଟ ନେଇଥିଲେ । ଟିମ ସାଉଦି ଯୋଡି ଭାଙ୍ଗିବାରେ ସଫଳ ହୋଇଛନ୍ତି । ଦଳଗତ ପ୍ରଦର୍ଶନକୁ ଦେଖିଲେ ନ୍ୟୁଜିଲାଣ୍ଡ ସର୍ବଦା ଶିଖରରେ ରହିଛି ।