ଓଡିଶା

odisha

ଅଲମ୍ପିକ ଯୋଗ୍ୟତା ଅର୍ଜନ ପାଇଁ ବିଶ୍ବ ତୀରନ୍ଦାଜର ନୂଆ ନିୟମ

By

Published : May 10, 2020, 1:38 PM IST

ଟୋକିଓ ଅଲମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ବିଶ୍ବ ତୀରନ୍ଦାଜ ପକ୍ଷରୁ ନୂଆ ନିୟମ ଘୋଷଣା ହୋଇଛି । ଏଥିସହିତ ଯୋଗ୍ୟତା ହାସଲର ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି ।

World Archery release new qualification procedure for Tokyo olympics
ଅଲମ୍ପିକ ଯୋଗ୍ୟତା ଅର୍ଜନ ପାଇଁ ବିଶ୍ବ ତୀରନ୍ଦାଜର ନୂଆ ନୀୟମ

ଲାଉସେନ: ଟୋକିଓ ଅଲମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ବିଶ୍ବ ତୀରନ୍ଦାଜ ପକ୍ଷରୁ ନୂଆ ନୀୟମ ଘୋଷଣା ହୋଇଛି । ଏଥିସହିତ ଯୋଗ୍ୟତା ହାସଲର ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି । 28ଜୁନ 2021 ନୂଆ ସମୟସୀମା ସ୍ଥିର କରାଯାଇଛି । ପୂର୍ବରୁ ଏହା ଜୁନ 30, 2020 ପର୍ଯ୍ୟନ୍ତ ରହିଥିଲା ।

ତେବେ ଟୋକିଓ ଅଲମ୍ପିକ୍ସ ପାଇଁ ପୂର୍ବରୁ ଯୋଗ୍ୟତା ଅର୍ଜନ କରିଥିବା ଆଥଲେଟଙ୍କ ଯୋଗ୍ୟତା ବଜାୟ ରହିବ । ଚୁଡାନ୍ତ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ 2021 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏହି ପ୍ରତିଯୋଗିତାକୁ ପୃଥକ ଭାବେ 2021 ଜୀତନ୍ଦାଜ ବିଶ୍ବକପ ଭାବେ ଆୟୋଜନ ପାଇଁ ଯୋଜନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details