ଓଡିଶା

odisha

Asian Rowing championship: ସ୍ବର୍ଣ୍ଣରେ ଚମକିଲେ ଅଲମ୍ପିଆନ ଅରବିନ୍ଦ

By

Published : Dec 12, 2021, 3:47 PM IST

ଏସିଆନ ରୋଇଂ ଚାମ୍ପିଅନସିପ୍‌ରେ ମୋଟ ୬ଟି ପଦକ ସହ ଭାରତର ଅଭିଯାନ ଶେଷ । ଦୁଇଟି ସ୍ବର୍ଣ୍ଣ(gold) ଓ ୪ଟି ରୌପ୍ୟ ପଦକ ଜିତିଛନ୍ତି ଭାରତୀୟ ନୌକାଚାଳକ । ଅଧିକ ପଢନ୍ତୁ

Olympian Arvind Singh wins gold in Asian Rowing championship
Asian Rowing championship: ସ୍ବର୍ଣ୍ଣରେ ଚମକିଲେ ଅଲମ୍ପିଆନ ଅରବିନ୍ଦ

ହାଇଦ୍ରାବାଦ: ଏସିଆନ ରୋଇଂ ଚାମ୍ପିଅନସିପ୍‌(Asian Rowing championship)ରେ ମୋଟ ୬ଟି ପଦକ ସହ ଭାରତର ଅଭିଯାନ ଶେଷ । ଶେଷ ଦିନରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଲେ ଅଲମ୍ପିଆନ ଅରବିନ୍ଦ ସିଂ(Olympian Arvind Singh) । ପୁରୁଷ ଏକକ ଲାଇଟ୍‌ୱେଟ୍‌ ସ୍କଲ୍‌ସ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି ଅରବିନ୍ଦ। ନିଜର ପ୍ରତିଦ୍ବନ୍ଦ୍ବୀଙ୍କୁ ୭:୫୫.୯୪୨ ସମୟରେ ହରାଇ ଅରବିନ୍ଦ ଏହି ସଫଳତା ହାସଲ କରିଛନ୍ତି ।

ଫଳରେ ରବିବାର ପ୍ରତିଯୋଗିତାର ଶେଷଦିନରେ ଅଧିକ ୩ଟି ରୌପ୍ୟ ପଦକ ସହ ଅଭିଯାନ ଶେଷ କରିଛି ଭାରତ । ମୋଟ ଦୁଇଟି ସ୍ବର୍ଣ୍ଣ ଓ ୪ଟି ରୌପ୍ୟ ପଦକ ଜିତିଛନ୍ତି ଭାରତୀୟ ନୌକାଚାଳକ । ପୁରୁଷ ଲାଇଟ୍‌ୱେଟ୍‌ ଡବଲ ସ୍କ୍‌ଲସ, ପୁରୁଷ କ୍ବାଡ୍ରାପଲ ସ୍କଲ୍‌ସ ଓ ପୁରୁଷ କକ୍ସଲେସ ଫୋର୍‌ ଇଭେଣ୍ଟରେ ରୌପ୍ୟ ପଦକ ହାତେଇଛି ଭାରତ ।

ଏହାମଧ୍ୟ ପଢନ୍ତୁ: ଆଜିଠୁ BWF World Championships, ନଜରରେ ପିଭି ସିନ୍ଧୁ

ଟୋକିଓ ଅଲମ୍ପିକ୍‌ରେ ଅର୍ଜୁନ ଲାଲ୍‌ ଜାଟଙ୍କ ସହିତ ପୁରୁଷ ଲାଇଟ୍‌ୱେଟ୍‌ ଡବଲ ସ୍କଲ୍‌ସ ଇଭେଣ୍ଟରେ ଏକାଦଶ ସ୍ଥାନରେ ରହିଥିବା ଅରବିନ୍ଦ ସିଂହ ଏସିଆନ ରୋଇଂ ଚାମ୍ପିଅନସିପ୍‌ରେ ପ୍ରଥମ ସ୍ଥାନରେ ରହିଥିଲେ । ଏହି ପ୍ରତିଯୋଗିତାରେ ଉଜବେକିସ୍ତାନ, ଚାଇନା, ଭିଏତନାମ, ଇଣ୍ଡୋନେସିଆ ଓ ଥାଇଲାଣ୍ଡ ଭଳି ଦେଶର ପ୍ରତିଯୋଗୀ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details