ଭୁବନେଶ୍ବର: ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ଓଡିଶାକୁ ଆଉ ଏକ ସ୍ବର୍ଣ୍ଣ । ଲଙ୍ଗ୍ ଜମ୍ପ୍ ଇଭେଣ୍ଟରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ରୀ ମନୀଷା ମେରେଲ ଜିତିଛନ୍ତି ସ୍ବର୍ଣ୍ଣ ପଦକ ।
କେନ୍ଦୁଝର ଜିଲ୍ଲାର ଏକ ଗରିବ କୃଷକ ପରିବାରରେ ଜନ୍ମିତ ମନିଷା । ତେବେ ଭାରତ ସରକାରଙ୍କ କ୍ରୀଡାମନ୍ତ୍ରଣାଳୟ ପକ୍ଷରୁ ହେଉଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ମନିଷାଙ୍କୁ ଦେଇଛି ନୂଆ ପରିଚୟ । ମନୀଷାଙ୍କ ପ୍ରତିଭାକୁ ଗରିବୀର ଲକ୍ଷ୍ମଣରେଖା ରୋକିବାରେ ସଫଳ ହୋଇନି । ସଫଳତାର ଆଡକୁ ସୁନାର ଲମ୍ଫ ପ୍ରଦାନ କରିଛନ୍ତି ଓଡିଶା ଝିଅ ମନିଷା ।