ଓଡିଶା

odisha

Archery Asia Cup: ଭାରତୀୟ ତୀରନ୍ଦାଜଙ୍କ କମାଲ, ହାସଲ କଲେ 5 ସ୍ବର୍ଣ୍ଣ ପଦକ

By

Published : Dec 25, 2022, 8:10 PM IST

ତୀରନ୍ଦାଜୀ ଏସିଆ କପରେ ଭାରତୀୟ ଜୁନିଅର ତୀରନ୍ଦାଜ ଟିମ ୯ଟି ପଦକ ସହିତ ୫ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଅଧିକ ପଢନ୍ତୁ

ଏସିଆ କପରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ
ଏସିଆ କପରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ

ଶାରଜାହ :ତୀରନ୍ଦାଜୀ ଏସିଆ କପରେ କମାଲ କଲେ ଭାରତୀୟ ଜୁନିଅର ତୀରନ୍ଦାଜ ଟିମ । ୯ଟି ପଦକ ସହିତ ୫ଟି ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତୀୟ ଜୁନିଅର ତୀରନ୍ଦାଜ ଟିମ । କମ୍ପାଉଣ୍ଡ ବର୍ଗରେ ( compound section) ଭାରତ ୮ଟି ପଦକରୁ ୭ଟି ପଦକ ହାତେଇଛି । ସେପଟେ ବ୍ୟକ୍ତିଗତ ମହିଳା ବର୍ଗରେ ପ୍ରଗତି, ଆଦିତି ସ୍ବାମୀ ଏବଂ ପରନୀତ କୌର ଶୀର୍ଷ ତିନି ସ୍ଥାନରେ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ସେହିପରି ପ୍ରିୟାଂଶ ଏବଂ ଓଜସ ଦେବତାଲେ କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ ସ୍ବର୍ଣ୍ଣ ପଦକ ଓ ରୌପ୍ୟ ପଦକ ହାସଲ କରିଛନ୍ତି । ଏସିଆ କପରେ ତୀରନ୍ଦାଜର କମ୍ପାଉଣ୍ଡ ବର୍ଗରେ ଭାରତକୁ ୮ ପଦକରୁ ୭ଟି ପଦକ ମିଳିଛି । ଉଭୟ ମହିଳା ଓ ପୁରୁଷ ବର୍ଗ ଏହି କମ୍ପାଉଡ ବର୍ଗରେ ନିଜର ଦବଦବା ଜାହିର କରିଥିଲେ ।

କିନ୍ତୁ କମ୍ପାଉଣ୍ଡ ମିଶ୍ରିତ ବର୍ଗରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ରହିଥିଲା । ଏଥିରେ ଭାରତ କୌଣସି ପଦକ ହାସଲ କରି ପାରିନାହିଁ । ଯେଉଁଥିରେ ଓଜସ ଏବଂ ପ୍ରଗତି କ୍ବର୍ଟର ଫାଇନାଲରେ ଭିଏତନାମଠାରୁ ପରାସ୍ତ ହୋଇଥିଲେ । ସେହିପରି ରିକର୍ଭ ବର୍ଗରେ ( Recurve Section ) ଭାରତ ଗୋଟିଏ ସ୍ବର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଛି । ଡବଲ୍ସ ମେନ୍ସରେ ଆକାଶ ମୃଣାଳ ଚୌହାନ ଏବଂ ପାର୍ଥ ସାଲୁଙ୍କେ କୋରିଏକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ନିଜ ଖାତାକୁ ଆଣିଥିଲା । ସେହିପରି ରିକର୍ଭ ମିଶ୍ରିତ ବର୍ଗରେ ଟିଶା ପୁନିଆ ଏହଂ ସାଲୁଙ୍କେ ରୌପ୍ୟ ପଦକ ହାସଲ କରିଛନ୍ତି । ଶେଷରେ ଭାରତ ତୀରନ୍ଦାଜରେ ୫ଟି ସ୍ବର୍ଣ୍ଣ ପଦକ, ୩ ରୌପ୍ୟ ପଦକ ଏବଂ ଗୋଟିଏ କାଂସ୍ୟ ପଦକ ହାସଲ କରିବାରେ ସଫଳ ରହିଥିଲା ।

ABOUT THE AUTHOR

...view details