ଓଡିଶା

odisha

Wimbledon 2023: ପୁରୁଷ ଏକକ ଫାଇନାଲରେ ଅଲକାରାଜ ଚମ୍ପିଆନ୍

By

Published : Jul 17, 2023, 7:24 AM IST

ୱିମ୍ବଲଡନ ପୁରୁଷ ଏକକ ଚମ୍ପିଆନ ହୋଇଛନ୍ତି ସ୍ପେନ ତାରକା କାର୍ଲୋସ ଅଲକାରାଜ । ପ୍ରଥମ ସେଟରେ ପରାସ୍ତ ହେବା ପରେ ଜବରଦସ୍ତ କମବ୍ୟାକ କରି ଲଗାତାର ଦୁଇଟି ସେଟରେ ଅଭିଜ୍ଞ ନୋଭାକ ଜୋକୋଭିକଙ୍କୁ ପରାସ୍ତ କରି ଟାଇଟଲ ହାତେଇଛନ୍ତି ଅଲକାରାଜ । ଅଧିକ ପଢନ୍ତୁ

ରୁଷ ଏକକ ଫାଇନାଲରେ ଅଲକାରାଜ ଚମ୍ପିଆନ୍
Wimbledon 2023

ନୂଆଦିଲ୍ଲୀ: ୱିମ୍ବଲଡନ ଚମ୍ପିଆନ ତାଲିକାରେ ଏକ ନୂଆ ନାମ ଯୋଡି ହୋଇଛି । ଏକ ନୂଆ ଯୁଗ ଆରମ୍ଭ ହୋଇଛି । ସ୍ପେନର କାର୍ଲୋସ ଅଲକାରାଜ ପ୍ରଥମ ୱିମ୍ବଲଡନ ଟାଇଟଲ ହାସଲ କରିଛନ୍ତି । ବୟସ ମାତ୍ର 20 ହେଲେ ଅଭିଜ୍ଞ ଅନୁଭବୀ 23ଥର ଗ୍ଲାଣ୍ଡସ୍ଲମ ଟାଇଟଲ ବିଜେତା ନୋଭାକ ଜୋକୋଭିକଙ୍କୁ ଯେଉଁ ଭଳି ଭାବେ ପରାସ୍ତ କରି ପ୍ରଥମ ୱିମ୍ବଲଡନ ଟାଇଟଲ ହାସଲ କରିଛନ୍ତି ତାହା ସମଗ୍ର ବିଶ୍ବକୁ ଚକିତ କରିଛି । ରବିବାର ଖେଳାଯାଇଥିବା ୱିମ୍ବଲଡନ ପୁରୁଷ ଏକକ ଫାଇନାଲରେ ତାରକା ଭେରଟାନ ନୋଭାକ ଜୋକୋଭିକଙ୍କୁ 1-6,7-6 (8-6) 6-1,3-6, 6-4 ସେଟରେ ପରାସ୍ତ କରିଛନ୍ତି କାର୍ଲୋସ ଅଲକାରାଜ । ଅନ୍ୟପଟେ ଏହି ପରାଜୟ ସହ ଜୋକୋଭିକଙ୍କର 24ତମ ଗ୍ଲାଣ୍ଡସ୍ଲମ ଟାଇଟଲ ସ୍ବପ୍ନ ଧୂଳିସାତ ହୋଇଛି ।

ୱିମ୍ବଲଡନ ପୁରୁଷ ଏକକ ଫାଇନାଲ ମ୍ୟାଚ 4 ଘଣ୍ଟା 43 ମିନିଟ ଧରି ଚାଲିଥିଲା । ନୋଭାକ ଜୋକୋଭିକ ପ୍ରଥମ ସେଟ ଜିତିଥିଲେ । ଦ୍ବିତୀୟ ସେଟରେ ଅଲକାରାଜ ଦମଦାର ପଦର୍ଶନ କରିଥିଲେ । ଦ୍ବିତୀୟ ସେଟର ଗୋଟିଏ ସମୟରେ 6-6 ସ୍ଥିତିରେ ରହିଥିଲା । ଏହା ପରେ ଟାଇ-ବ୍ରେକର ଖେଳାଯାଇଥିଲା । ଯେଉଁଥିଲେ ଅଲକାରାଜ 8-6ରେ ବାଜି ମାରିନେଇଥିଲେ । ଏହା ପରେ ଅଲକାରାଜ 7-6 ସେଟରେ ନିଜ ନାମରେ କରି ନେଇଥିଲେ । ତୃତୀୟ ସେଟରେ 20 ବର୍ଷୀୟ ଖେଳାଳି କମାଲ କରିଥିଲେ । 6-1ରେ ତୃତୀୟ ସେଟ ନିଜ ନାମରେ କରିଥିଲେ । ଶେଷରେ 7ଥର ଚମ୍ପିଆନ ଜୋକୋଭିକଙ୍କଠୁ 6-4ରେ ବିଜୟୀ ହୋଇ ଅଲକାରାଜ ଚମ୍ପିଆନ ହୋଇଥିଲେ ।

ଏହା ବି ପଢନ୍ତୁ...ଜୋକୋଭିକଙ୍କ ରେକର୍ଡ, ହାତେଇଲେ 23ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ

ଚମ୍ପିଆନ କାର୍ଲୋସ ଅଲକାରାଜଙ୍କୁ ଟ୍ରଫି ସହ 25 କୋଟି 25 ଲକ୍ଷ ଟାଙ୍କା ପୁରସ୍କାର ରାଶି ମିଳିଛି । ରନର୍ସଅପ ଜୋକୋଭିକଙ୍କୁ 12 କୋଟି 62 ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଛି । ଶନିବାର ୱିମ୍ବଲଡନ ମହିଳା ଏକକ ଫାଇନାଲରେ 24 ବର୍ଷୀୟ ତାରକା ମାର୍କେଟା ଭୋଣ୍ଡ୍ରାଉଶୋଭା ଟାଇଟଲ ଜିତି ଇତିହାସ ସୃଷ୍ଟି କରିଥିଲେ ।

ବିଜୟ ପରେ ଖୁସିରେକାର୍ଲୋସ ଅଲକାରାଜ ଭାବବିହ୍ବଳ ହୋଇପଡିଥିଲେ । ପ୍ରଥମ ୱିମ୍ବଲଡନ ଟାଇଟଲ ହାସଲ ପରେ ସେ କହିଛନ୍ତି, ''ସ୍ବପ୍ନ ସତ ହୋଇଛି । ମୁଁ ଏତେ ଜଲଦି ଏହି ସ୍ଥାନରେ ପହଞ୍ଚିବି ବୋଲି ଭାବି ନଥିଲି । କଠିନ ପରିଶ୍ରମର ଫଳ ମିଳିଛି । ମୁଁ ଜନ୍ମ ହେବା ବେଳକୁ ବଡ ବଡ ଟୁର୍ଣ୍ଣାମେଣ୍ଟରେ ଜୋକୋଭିକ ଚମ୍ପିଆନ ହେଉଥିଲେ । ତାଙ୍କୁ ଦେଖି ଟେନିସ ଖେଳିବା ଆରମ୍ଭ କରିଥିଲି । ସେ ମୋ ପାଇଁ ପ୍ରେରଣା । ୱିମ୍ବଲଡନ ଟାଇଟଲରେ ସଫଳତା ମୋ ପାଇଁ ସ୍ବତନ୍ତ୍ର ।

ଛୁଟିଲା ଶୁଭେଚ୍ଛା:ସ୍ପେନରକାର୍ଲୋସ ଅଲକାରାଜ ପ୍ରଥମ ୱିମ୍ବଲଡନ ଟାଇଟଲ ହାସଲ କରିଥିବାରୁ ତାଙ୍କୁ କ୍ରୀଡା କିମ୍ବଦନ୍ତୀ ଶୁଭେଚ୍ଛା ଜଣାଇଛନ୍ତି । ଟେନିସ ଖେଳାଳି ତଥା 2008ରେ ୱିମ୍ବଲଡନ ଚମ୍ପିଆନ ରାଫେଲ ନାଦାଲ କାର୍ଲୋସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ''ଅଭିନନ୍ଦନ କାର୍ଲୋସ ଅଲକାରାଜ । ତୁମେ ଆଜି ଆମକୁ ବହୁତ ଖୁସି ଦେଇଛ । ମୋର ବିଶ୍ବାସ ସ୍ପେନର କିମ୍ବଦନ୍ତୀ ଖେଳାଳି ମନୋଲା ସାଣ୍ଟୋନା ଯେଉଁଠି ଥିବେ ତୁମକୁ ଉତ୍ସାହିତ କରୁଥିବେ । ସଫଳତାକୁ ଉପଭୋଗ କର ।'' ସେହିପରି କ୍ରିକେଟ କିମ୍ବଦନ୍ତୀ ଲିଟିଲ ମାଷ୍ଟର ସଚିନ ତେନ୍ଦୁଲକର କାର୍ଲୋସ ଅଲକାରାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ''ଚମତ୍କାର ଫାଇନାଲ ମ୍ୟାଚ ଥିଲା । ଉଭୟ ଉଲ୍ଲେଖନୀୟ ଖେଳ ପ୍ରଦର୍ଶନ କରିଥିଲେ । ଆଗାମୀ 10-12 ବର୍ଷ ମୁଁ କାର୍ଲୋସଙ୍କୁ ଅନୁସରଣ କରିବି ଯେପରି ରୋଜର ଫେଡେରଙ୍କୁ କରିଥିଲି ।''

ABOUT THE AUTHOR

...view details