ଓଡିଶା

odisha

କଟକରେ 62ତମ ରାଜ୍ୟ ସିନିୟର ବାସ୍କେଟବଲ ଚାମ୍ପିଅନସିପ୍‌ ଆରମ୍ଭ

By

Published : Dec 9, 2021, 10:15 PM IST

ଆରମ୍ଭ ହେଲା ରାଜ୍ୟ 62ତମ ନାଲକୋ ସିନିୟର ବାସ୍କେଟବଲ ଚାମ୍ପିଅନସିପ୍‌ । କଟକ ଜବାହରଲାଲ ନେହେରୁ ଇନଡୋର୍‌ ଷ୍ଟାଡିଅମ (indoor stadium)ରେ ଗୁରୁବାରଠୁ ଆରମ୍ଭ ହୋଇଛି ଏହି ମେଗା ପ୍ରତିଯୋଗିତା । ଅଧିକ ପଢନ୍ତୁ

62th state basketball championship inaugurated at cuttack indoor stadium
କଟକରେ 62ତମ ରାଜ୍ୟ ସିନିୟର ବାସ୍କେଟବଲ ଚାମ୍ପିଅନସିପ ଆରମ୍ଭ

କଟକ:ଆରମ୍ଭ ହେଲା ରାଜ୍ୟ 62ତମ ନାଲକୋ ସିନିୟର ବାସ୍କେଟବଲ ଚାମ୍ପିଅନସିପ୍‌ (basketball championship)। କଟକ ଜବାହରଲାଲ ନେହେରୁ ଇନଡୋର୍‌ ଷ୍ଟାଡିଅମରେ ଗୁରୁବାରଠୁ ଆରମ୍ଭ ହୋଇଛି ଏହି ମେଗା ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ 28 ଟି ପୁରୁଷ ଦଳ ଓ 17ଟି ମହିଳା ଦଳ ସାମିଲ ହୋଇଛନ୍ତି । ଚାରି ଦିନ ଧରି ଚାଲିବ ଏହି ପ୍ରତିଯୋଗୀତା।

କଟକରେ 62ତମ ରାଜ୍ୟ ସିନିୟର ବାସ୍କେଟବଲ ଚାମ୍ପିଅନସିପ୍‌ ଆରମ୍ଭ

ଏହାମଧ୍ୟ ପଢନ୍ତୁ: ଡିସେମ୍ବର ୨୪ରୁ କ୍ରୀଡା ରାଜଧାନୀ ଓଡିଶାରେ ଆଉ ଏକ ମେଗା ଟୁର୍ନାମେଣ୍ଟ

ଇନଡୋର୍‌ ଷ୍ଟାଡିଅମ ସମେତ ବାରବାଟୀ ଷ୍ଟାଡିଅମରେ ଥିବା ବାସ୍କେଟବଲ କୋର୍ଟ ଓ ସତ୍ୟବ୍ରତ ଷ୍ଟାଡିଅମ କୋର୍ଟରେ ମଧ୍ୟ ଖେଳାଯିବ ମୁକାବିଲା । ଏହି ଖେଳ ଦେଶ ତଥା ଦେଶ ବାହାରେ ବେଶ ଚାହିଦା ରହିଥିଲା ବେଳେ ଓଡିଶାରେ ଏହାର ବିକାଶ ହେବା କଷ୍ଟ ହେଉଛି ।

ଏହାମଧ୍ୟ ପଢନ୍ତୁ:ମାଲଗୋଦାମରେ ଭେଜାଲ ଡାଲି: 40 କ୍ୟୁଣ୍ଟାଲ ଅପମିଶ୍ରିତ ହରଡ଼ ଡ଼ାଲି ଜବତ

ଗୋଟିଏ ପଟେ ଦକ୍ଷ କୋଚ୍‌ର ଅଭାବ ଅନ୍ୟପଟେ ଖେଳ ପାଇଁ କୋର୍ଟର ଆବଶ୍ୟକତା ପରିଲକ୍ଷିତ ହେଉଛି । ତେବେ ସରକାର ଏହି ଦିଗରେ ଦୃଷ୍ଟି ଦେଉଛନ୍ତି । ଆଉ ଆଗାମୀ ଦିନରେ ଓଡିଶା ବାସ୍କେଟବଲ କ୍ରୀଡାରେ ନିଶ୍ଚୟ ଭଲ ପଦର୍ଶନ କରିବା ନେଇ ଆଶା ପ୍ରକଟ କରିଛନ୍ତି ରାଜ୍ୟ ସଙ୍ଘ ସମ୍ପାଦକ ଅଶୋକ ସାହୁ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ABOUT THE AUTHOR

...view details