ଓଡିଶା

odisha

ହକି କିମ୍ବଦନ୍ତୀ ବଲବୀର ସିଂହଙ୍କ ଦେହାନ୍ତ, ଶୋକାକୁଳ ଭାରତୀୟ କ୍ରୀଡା ଜଗତ

By

Published : May 25, 2020, 1:41 PM IST

ଭାରତୀୟ ହକି ଟିମର ପୂର୍ବତନ କ୍ୟାପଟେନ କୋଚ୍‌ ଓ ଅଲମ୍ପିକ ମେଡାଲ ବିଜେତା ଭେଟେରାନ ବଲବୀର ସିଂହଙ୍କ ଦେହାନ୍ତରେ ଶୋକାକୁଳ କ୍ରୀଡାଜଗତ ।

Sports fraternity condoles Balbir Singh's demise
ହକି କିମ୍ବଦନ୍ତୀ ବଲବୀର ସିଂହଙ୍କ ଦେହାନ୍ତ, ଶୋକାକୁଳ ଭାରତୀୟ କ୍ରୀଡା ଜଗତ

ନୂଆଦିଲ୍ଲୀ: ଭାରତୀୟ ହକି ଟିମର ପୂର୍ବତନ କ୍ୟାପଟେନ କୋଚ ଓ ଅଲମ୍ପିକ ମେଡାଲ ବିଜେତା ଭେଟେରାନ ବଲବୀର ସିଂହଙ୍କ ଦେହାନ୍ତରେ ଶୋକାକୁଳ କ୍ରୀଡାଜଗତ ।

ଭାରତୀୟ କ୍ରୀଡାଜଗତର ମହାନତମ ସଫଳ ନାୟକଙ୍କ ଦେହାନ୍ତ । ତାଙ୍କ ସଫଳତାକୁ ବୟାନ କରିବାକୁ ଶବ୍ଦ କମ ପଡିପାରେ । 3ଟି ଅଲମ୍ପିକ ମେଡାଲ, ଅଲମ୍ପିକ ଫାଇନାଲ ମ୍ୟାଚରେ 5ଟି ଗୋଲ୍ । ବିଶ୍ବବିଜୟୀ ଭାରତୀୟ ହକି ଦଳର ମ୍ୟାନେଜର । ଭାରତର ମହାନତମ ସ୍ପୋର୍ଟିଂ ଆଇକନ । ବଲବୀର ସିଂହଙ୍କ ଉଦ୍ଦେଶ୍ୟରେ ଟ୍ବିଟରେ ଏହା ଲେଖିବା ସହ ଆତ୍ମାର ସଦଗତି କାମନା କରିଛନ୍ତି କ୍ରିକେଟ ର ହରଭଜନ ସିଂହ ।

ଭାରତୀୟ ଧାବିକା ପିଟି ଉଷା ମଧ୍ୟ ଭେଟେରାନ ବଲବୀର ସିଂହଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ହକି ଟିମ ଇଣ୍ଡିଆର କ୍ୟାପଟେନ ମନପ୍ରିତ ସିଂ, ପଦ୍ମଶ୍ରୀ ବଲବୀର ସିଂହଙ୍କୁ ସର୍ବକାଳୀନ ମହାନତମ ଖେଳାଳି କହିଛନ୍ତି । ଏଥିସହିତ ସର୍ବଦା ହୃଦୟରେ ରହିବ ବୋଲି ଟ୍ବିଟ କରିଛନ୍ତି ।

ABOUT THE AUTHOR

...view details