ଓଡିଶା

odisha

ରୋନାଲ୍ଡଙ୍କ 103ତମ ଗୋଲ, ଲକ୍ଜମବର୍ଗକୁ ମାତ୍ ଦେଲା ପର୍ତ୍ତୁଗାଲ

By

Published : Mar 31, 2021, 6:06 PM IST

2022 ଫୁଟବଲ ବିଶ୍ବକପର କ୍ବାଲିଫାୟର ମ୍ୟାଚରେ ଲକ୍ଜମବର୍ଗକୁ ମାତ ଦେଇଛି ପର୍ତ୍ତୁଗାଲ ଦଳ। ଗ୍ରୁପ -ଏ'ର ଏହି ମୁକାବିଲାକୁ 3-1 ଗୋଲରେ ଜିତି ନେଇଛି ପର୍ତ୍ତୁଗାଲ। ଅଧିକ ପଢ଼ନ୍ତୁ...

ରୋନାଲ୍ଡଙ୍କ 103ତମ ଗୋଲ, ଲକ୍ଜମବର୍ଗକୁ ମାତ୍ ଦେଲା ପର୍ତ୍ତୁଗାଲ
ରୋନାଲ୍ଡଙ୍କ 103ତମ ଗୋଲ, ଲକ୍ଜମବର୍ଗକୁ ମାତ୍ ଦେଲା ପର୍ତ୍ତୁଗାଲ

ଲକ୍ଜମବର୍ଗ:2022 ଫୁଟବଲ ବିଶ୍ବକପର କ୍ବାଲିଫାୟାର ମ୍ୟାଚରେ ଲକ୍ଜମବର୍ଗକୁ ମାତ ଦେଇଛି ପର୍ତ୍ତୁଗାଲ ଦଳ। ଗ୍ରୁପ -ଏ'ର ଏହି ମୁକାବିଲାକୁ 3-1 ଗୋଲରେ ଜିତି ନେଇଛି ପର୍ତ୍ତୁଗାଲ। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ଲକ୍ଜମବର୍ଗର ପ୍ରଥମେ ଗୋଟିଏ ଗୋଲରେ ଆଗୁଆ ରହିଥିଲା। 30ତମ ମିନିଟରେ ଗର୍ସନ ରୋଡ୍ରିଗ୍ବେଜ ପର୍ତ୍ତୁଗାଲକୁ ଗୋଟିଏ ଗୋଲ ଦେବାକୁ ସକ୍ଷମ ହୋଇଥିଲେ।

ତେବେ 45ତମ ମିନିଟରେ ପର୍ତ୍ତୁଗାଲର ଡିଏଗୋ ଜୋଟା ଲକ୍ଜମବର୍ଗକୁ ଗୋଟିଏ ଗୋଲ ଦେଇ ମ୍ୟାଚ ବରାବରକୁ ନେଇ ଆସିଥିଲେ। ଏହାପରେ ମ୍ୟାଚରେ ଲକ୍ଜମବର୍ଗ ପଛରେ ପଡ଼ି ଯାଇଥିଲା। ଏହାପରେ 50ତମ ମିନିଟରେ ପର୍ତ୍ତୁଗାଲର ଫୁଟବଲ ତାରକା ରୋନାଲ୍ଡୋ ଆଉ ଏକ ଗୋଲ ଦେଇଥିଲେ। ଏହା ତାଙ୍କ କ୍ୟାରିଅରର 103ତମ ଗୋଲ ଥିଲା। ଯାହାଫଳରେ ପର୍ତ୍ତୁଗାଲ 2-1ରେ ମ୍ୟାଚରେ ଆଗୁଆ ରହିଥିଲା।

ଏହାପରେ ମ୍ୟାଚରେ ଦୁଇ ଦଳ ମଧ୍ୟରେ ସଂଘର୍ଶ ଦେଖିବାକୁ ମିଳିଥିଲା। ମ୍ୟାଚରେ ଗୋଲ ଦେବା ପାଇଁ ଲକ୍ଜମବର୍ଗକୁ କେତେକ ସୁଯୋଗ ମଧ୍ୟ ମିଳିଲା। ତେବେ ଏହାର ଫାଇଦା ଉଠାଇ ପାରିନଥିଲା ଦଳ। 80ତମ ମିନିଟରେ ପର୍ତ୍ତୁଗାଲର ଜୋଆଓ ପାଲିହ୍ନା ପୁଣି ଏକ ଗୋଇ ଦେଇଥିଲେ। ଯାହା ଫଳରେ ପର୍ତ୍ତୁଗାଲ ଏହି ମ୍ୟାଚକୁ 3-1ରେ ଜିତି ନେଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details