ଡେରାଡୁନ:ଭାରତୀୟ କ୍ରିକେଟର ଋଷଭ ପନ୍ତ ସଡ଼କ ଦୁର୍ଘଟଣାର ଶିକାର ହେବାପରେ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ତାଙ୍କୁ ସ୍ବାସ୍ଥ୍ୟାବସ୍ଥାକୁ ଭଲ ଅଛି । ଯେଉଁ ସମୟରେ ପନ୍ତ ଦୁର୍ଘଟଣାର ଶିକାର ହୋଇଥିଲା ସେହି ସମୟରେ ସେଠାରେ ଦୁଣ ଯୁବକ ଥିଲେ । ଏମାନେ ଋଷଭ ପନ୍ତଙ୍କୁ ସାହାଯ୍ୟ କରିଥିଲେ । ଜଳନ୍ତା କାରରୁ ପନ୍ତଙ୍କ ଯେତେ ଜିନିଷ ଥିଲା ସବୁ କାଢିଥିଲେ ଦୁଇ ଯୁବକ ରଜତ ଓ ନିଶୁ । ଦୁଇଜଣ ଏହାକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି । ସେଥିରେ 4 ହଜାର ଟଙ୍କା ମଧ୍ୟ ଥିବା ଜଣାପଡିଛି ।
ରଜତ ଓ ନିଶୁ କରିଥିଲେ ଋଷବଙ୍କୁ ସାହାଯ୍ୟ...
କ୍ରିକେଟର ଋଷଭ ପନ୍ତଙ୍କ ସଡ଼କ ଦୁର୍ଘଟଣା ସମୟରେ ପ୍ରଥମେ ରଜତ ଓ ନିଶୁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗାଡିରୁ ପନ୍ତଙ୍କ ସମସ୍ତ ଜିନିଷ କାଢିଥିଲେ ଏହି ଦୁଇ ବ୍ୟକ୍ତି । ଆଜି ରଜତ ଓ ନିଶୁ ମ୍ୟାକ୍ସ ଡାକ୍ତରଖାନାରେ ଋଷବଙ୍କୁ ଭେଟିବା ସହିତ ପୋଲିସକୁ ପନ୍ତଙ୍କ ସମସ୍ତ ଜିନିଷ ଫେରାଇଛନ୍ତି । ଋଷଭ ପନ୍ତଙ୍କର ଗାଡିରେ ଥିବା 4 ହଜାର ଟଙ୍କା ପୋଲିସକୁ ଦେଇଥିବା ଜଣାପଡିଛି । ଗାଡିରେ ଥିବା ଅନ୍ୟ ଜିନିଷ ଜଳି ଯାଇଥିଲା । ରଜତ କୁମାର କହିଛନ୍ତି ଦୁର୍ଘଟଣା ଘଟିବା ପରେପରେ ସେ ଋଷଭ ପନ୍ତଙ୍କୁ ଦେଖିଥିଲେ । ଏହାରି ଭିତରେ ହରିୟାଣା ରୋଡୱେଡ କଣ୍ଡକ୍ଟର ସୁଶୀଳ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଏହାପରେ ସେମାନେ ପନ୍ତଙ୍କୁ କମ୍ବଳ ଦେଇଥିଲେ । ମାତ୍ର ସେମାନେ ପନ୍ତଙ୍କୁ ଚିହ୍ନି ପାରି ନଥିଲେ । ଦୁର୍ଘଟଣା ସମୟରେ ମୁଜାଫରନଗରର ରଜତ କୁମାର ଓ ନିଶୁ କୁମାର ପନ୍ତଙ୍କୁ ବହୁତ ସାହାଯ୍ୟ କରିଥିଲେ ।