କାନପୁର: ଭାରତୀୟ ଟିମକୁ ବଡ ଝଟ୍କା । ଘରୋଇ ଟିମର ପିଛା ଛାଡୁନି ଆହତ ସମସ୍ୟା । ସ୍ଥାନୀୟ ଗ୍ରୀନ ପାର୍କ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳାଯାଉଥିବାବେଳେ, ଭେଟେରାନ ଭାରତୀୟ ୱିକେଟ କିପର ଓ ଟିମର ବୟୋଜ୍ୟେଷ୍ଠ ଖେଳାଳି ରିଦ୍ଧିମାନ ଶାହା ଆହତ ହୋଇଛନ୍ତି । ଶାହା ବେକରେ ଯନ୍ତ୍ରଣା ଅନୁଭବ କରିବା ପରେ (Wriddhiman Saha out with stiff neck issue ) ପଡିଆରେ ୱିକେଟକିପିଂ କରିବାକୁ ଅସମର୍ଥ ହୋଇଛନ୍ତି । ଫଳରେ ତାଙ୍କ ସ୍ଥାନରେ ଯୁବ ବ୍ୟାଟ୍ର ଶ୍ରୀକର ଭାରତ ୱିକେଟ କିପର ଦାୟିତ୍ବ ତୁଲାଉଛନ୍ତି । ପୂର୍ବରୁ କେଏଲ ରାହୁଲ ମଧ୍ୟ ଆହତ କାରଣରୁ ସିରିଜରୁ ବାଦ୍ ପଡିଥିଲେ ।
ଏହାମଧ୍ୟ ପଢନ୍ତୁ: IND vs NZ, 1st test 2nd day: ଲାଥାମ ଓ ୟଙ୍ଗ୍ଙ୍କ ଦମଦାର ବ୍ୟାଟିଂ